ବଡବିଲ ଅବକାରୀ ଥାନା ପରିସରରେ ଅଗ୍ନିକାଣ୍ଡ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଡବିଲ ଅବକାରୀ ଥାନା ପରିସରରେ ଅଗ୍ନିକାଣ୍ଡ ଘଟି, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି | କେନ୍ଦୁଝର ଜିଲ୍ଲା ବଡ଼ବିଲ ସହରର କିରିବୁରୁଛକ ନିକଟସ୍ଥ ଅବକାରୀ ଥାନା ପରିସରରେ ଆଜି ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣା ପଡିଛି।

ପ୍ରାପ୍ତ ସୂଚନା ମୁତାବକ ବିଳମ୍ବିତ ରାତି ପ୍ରାୟ ୩ଟା ବେଳେ କୌଣସି କାରଣ ବଶତ ଅବକାରୀ ବିଭାଗ ପକ୍ଷରୁ ଜବତ୍ ହୋଇଥିବା ଏକ ଗାଡିରେ ନିଆଁ ଲାଗିଯାଇଥିବା ବେଳେ ତାହା ଜବତ୍ ମଦ ରନ୍ଧା ଡ୍ରମ ସଂସ୍ପର୍ଶରେ ଆସି ଯାଇ ହୁ ହୁ ହୋଇ ବ୍ୟାପି ଥିଲା । ସୂଚନା ପାଇ ବଡବିଲ ଅଗ୍ନିଶମ ବାହିନୀର ଯବାନ ଘଟଣା ସ୍ଥଳରେ ପହଞ୍ଚି ଘଣ୍ଟାଧିକ କାଳ ପରିଶ୍ରମ କରି ନିଆଁ ଉପରେ କାବୁ ପାଇଥିଲା |

କିନ୍ତୁ ଏହି ଅଗ୍ନିକାଣ୍ଡରେ ୩ଟି ଚାରି ଚକିଆ ଗାଡି, ଗୋଟିଏ ଅଟୋ, ପ୍ରାୟ ୧୨ଟି ବାଇକ ଏବଂ ଜବତ୍ ହୋଇଥିବା ମଦରନ୍ଧା ସାମଗ୍ରୀ ପ୍ରବୃତ୍ତି ଜଳି ପୋଡି ପାଉଁଶ ହୋଇ ଯାଇଥିବା ଦେଖା ଯାଇଛି। ସୌଭାଗ୍ୟ ବସତ ଅବକାରୀ କାର୍ଯ୍ୟାଳୟ ନିଆଁ ସଂସ୍ପର୍ଶରୁ ବର୍ତ୍ତି ଯାଇଥିବା ବେଳେ କର୍ମଚାରୀ ମାନେ ସୁରକ୍ଷିତ ରହିଛନ୍ତି।ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ଏହା ହୋଇ ଥାଇପାରେ ବୋଲି ଆଶଙ୍କା କରାଯାଉଛି।

Leave A Reply

Your email address will not be published.