ମହାକାଳପଡ଼ା ବିଧାନସଭା କ୍ଷେତ୍ରରେ ଭାଜପାର ରୋଡ଼ଶୋ ରୁ ବାଦ ପଡିଲେ ଅନେକ ପୁରୁଖା ନେତୃତ୍ୱ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହାକାଳପଡ଼ା ବିଧାନସଭା କ୍ଷେତ୍ରରେ ଭାଜପାର ରୋଡ଼ଶୋ ରୁ ବାଦ ପଡିଲେ ଅନେକ ପୁରୁଖା ନେତୃତ୍ୱ | କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ଅଧୀନ ମହାକାଳପଡ଼ା ବିଧାନ ସଭା କ୍ଷେତ୍ର ର ଅଙ୍ଗୁଳାଇ ଠାରୁ ବଢିହି ପର୍ଯ୍ୟନ୍ତ ମଙ୍ଗଳ ବାର ଭାରତୀୟ ଜନତା ପାର୍ଟି ତରଫରୁ ରୋଡ଼ ଶୋ ଅନୁଷ୍ଠିତ ହୋଇଯାଇଛି |

ରୋଡ଼ ଶୋ ରେ ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା,ବିଧାନ ସଭା ପ୍ରାର୍ଥୀ ଦୁର୍ଗାପ୍ରସନ୍ନ ନାୟକ, ଓ ଦଳୀୟ ସମର୍ଥକ ଆଦି ସାମିଲଥିଲେ | ସୌଭାଗ୍ୟ ପରିଡା, ସଞ୍ଜୟ ରଥ, ପ୍ରତାପ ଦାସ, ଜାନକୀ ପ୍ରଧାନ, ରାଜଲଷ୍ମୀ ଦାଶ, ଆଦି ବର୍ତ୍ତମାନର ଆଗ ଧାଡ଼ିର କର୍ମୀ ଯୋଗ ଦେଇଥିବା ବେଳେ କିଛି ପୁରୁଖା ଦଳୀୟ କର୍ମୀ ଙ୍କ ଅନୁପସ୍ଥିତ ଥିଲେ | ଦୀର୍ଘ ଦିନ ଧରି ଭାଜପା ର ବିଭିନ୍ନ ପଦ ପଦବୀରେ ଅବସ୍ଥାପିତ ରହି ଦଳ କୁ ସ୍ଥାନୀୟ ଅଞ୍ଚଳରେ ଦୁବ ଘାସ ରୁ ଦ୍ରୁମ କରିଥିବା ପୁରୁଣା ସଂଗଠକ ଙ୍କୁ ରୋଡ଼ ଶୋ ରେ ଅନୁପସ୍ଥିତି ନେଇ ସାଧାରଣ ରେ ପ୍ରଶ୍ନ ବାଚୀ ହୋଇଛି | ଦଳୀୟ କନ୍ଦଳ ବିରୋଧୀ ଙ୍କୁ ଫାଇଦା ଦେବ ବୋଲି ପୁରୁଖା ଭୋଟର ଙ୍କ ଭିତରେ ଚାପା ଗୁଂଜରଣ ସୃଷ୍ଟି ହେଉଛି |

ଉଭୟ ପ୍ରାର୍ଥୀ ରୋଡ଼ ଶୋ ରେ ଯିବା ବାଟରେ ଦେଉଳିପଡ଼| ବିଜୟ ନଗର ଆଦି ପଂଚାୟତରେ ଉତ୍ସାହି ଭୋଟର ମାନେ ଫୁଲ ତୋଡ଼ା ଓ ମାଳ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ | ଆହୁରି ମଧ୍ୟ ରୋଡ଼ ଶୋ ରେ ଯିବା ବାଟରେ ବିଭିନ୍ନ ଗାଁ ର ମହିଳା ମାନେ ସାମିଲ ହୋଇ ହୁଳହୁଳି ଦେଇ ଭାଜପା ପ୍ରାର୍ଥୀଙ୍କୁ ସ୍ୱାଗତ କରିଥିଲେ | ଲୋକସଭା ପ୍ରାର୍ଥୀ ଶ୍ରୀ ପଣ୍ଡା ରୋଡ଼ ଶୋ ରେ ସମର୍ଥକ ଉପସ୍ଥିତି ଓ ସ୍ୱାଗତ ସମ୍ବର୍ଦ୍ଧନା ଦେଖି ବିଶେଷ ଖୁସି ବ୍ୟକ୍ତ କରିବା ସହିତ ଭୋଟର ମାନଙ୍କୁ ଜନ ପ୍ରିୟ ପ୍ରଧାନ ମନ୍ତ୍ରୀ ଙ୍କ ପ୍ରତି ଆସ୍ଥା ପ୍ରକଟ ପାଇଁ ସ୍ୱାଗତ କରିଥିଲେ | ଦଳୀୟ କର୍ମୀ ଙ୍କ ଭିତରେ ମତାନ୍ତର ରହିଲେ ମୋଦିଜୀଙ୍କ 400ପାର ଆହ୍ୱାନ କେତେଯେ ଫଳପ୍ରଦ ହେବ ଦେଖିବାକୁ ବାକି ରହିଲା |

Leave A Reply

Your email address will not be published.