ଓଡ଼ିଆ ନ୍ୟୁଜ୍: ଲଘୁଚାପ ଜନିତ ଲଗାଣ ବର୍ଷାରେ ସାଳନ୍ଦୀ ନଦୀରେ ବନ୍ୟା ସ୍ଥିତି । ହଦଗଡ଼ ଡ୍ୟାମ୍ରୁ ୧୫ଶହ କ୍ୟୁସେକ୍ ଜଳ ଛଡ଼ା ଯିବା ପରେ ତଳିଆ ଅଂଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଲଞ୍ଜାତରା ଠାରେ ୬୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ବିଲଣା, ବାରୋ, କୁବେରା ଆଦି ପଂଚାୟତର ଶହ ଶହ ହେକ୍ଟର ଚାଷ ଜମିରେ ବନ୍ୟା ଜଳ ପ୍ରବେଶ କରିଛି ।
ଏହା ଦ୍ୱାରା ଚାଷୀଙ୍କ ଧାନ ତଳି ସବୁ ନଷ୍ଟ ହୋଇ ଯାଇଛି । ରୁଆ ଧାନ ନଷ୍ଟ ହୋଇ ଥିବା ବେଳେ ଧାନ ତଳି ମଧ୍ୟ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ସେପଟେ ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସାଳନ୍ଦୀ କେନାଲ ଡିଭିଜନ ପକ୍ଷରୁ ବାଲି ବସ୍ତା ବଲା ପିଟା ଜାଇ ମରାମତି ଆରମ୍ଭ କରାଯାଇଛି । ତେବେ ନଦୀ ବନ୍ଧ ଠିକ ଭାବେ ମରାମତି ହୋଇ ନଥିବାରୁ ଏଠାରେ ଘାଇ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି ।