ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଯଶିପୁର ଠାରେ ସିଭିଲ କୋର୍ଟ ନୂତନ ଗୃହ ନିର୍ମାଣ ର ଶିଳାନ୍ୟାସ କଲେ ହାଇକୋର୍ଟ ର ମୂଖ୍ୟ ବିଚାରପତି । ମୟୂରଭଞ୍ଜ ଯଶିପୁର ଠାରେ ସିଭିଲ କୋର୍ଟ ର ନୂତନ ଗୃହ ନିର୍ମାଣ ପାଇଁ ଶୁଭ ଶିଳାନ୍ୟାସ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ମୂଖ୍ୟ ବିଚାରପତି ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ।
ପ୍ରଥମ ପର୍ଯ୍ୟାୟରେ ୪କୋଟି ୮୧ ଲକ୍ଷ ବ୍ୟୟ ଅଟକଳ କରାଯିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଜଣାଯାଇଛି। ସେହି ଶିଳାନ୍ୟାସ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ହାଇକୋର୍ଟ ର ବିଚାରପତି ଦେବବ୍ରତ ଦାସ, ବିଚାରପତି ଆଦିତ୍ୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଯଶିପୁର ଥାନା ନିକଟରେ ୩ ଏକର ଜମି ଚିହ୍ନଟ କରାଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲା ଜର୍ଜ ଅରବିନ୍ଦ ପଟ୍ଟନାୟକ,ଏଡିଜେ ପ୍ରଶାନ୍ତ ମିଶ୍ର,ସଵଜର୍ଜ ଶଂଖ ଚକ୍ରବର୍ତ୍ତୀ, କରଞ୍ଜିଆ ଏସ୍ ଡି ଜେ ଏମ୍ ସାଲମୀ ସାହୁ, ଯଶିପୁର ସିଭିଲ କୋର୍ଟ ଜର୍ଜ ବିଦ୍ୟୁତ୍ ଲତା ପ୍ରଧାନ, କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ, ଉପଖଣ୍ଡ ଥାନା ଅଧିକାରୀ ସୁବ୍ରତ କୁମାର, ଯଶିପୁର ଥାନା ଅଧିକାରୀ ସଞ୍ଜୁକ୍ତା ମାହାଲିକ, ବରିଷ୍ଠ ଆଇନ ଯିବି ବାଚ୍ଛାନିଧି ପୃଷ୍ଟି, କରଞ୍ଜିଆ ଓ ଯଶିପୁର କୋର୍ଟର ସମସ୍ତ ଓକିଲ କର୍ମଚାରୀ, ଏବଂ ଯଶିପୁର ଅଞ୍ଚଳ ର ବୁଦ୍ଧିଜୀବୀ ମାନେ ଶିଳାନ୍ୟାସ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ ।