ସ୍ଥାୟୀ କୋର୍ଟ ପ୍ରତିଷ୍ଠା ପାଇଁ ଗଣଧାରଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଲେଶ୍ଵର ଜିଲ୍ଲା ଜଳେଶ୍ବର ସହର ମଧ୍ୟରେ ସ୍ଥାୟୀ କୋର୍ଟ ପ୍ରତିଷ୍ଠା ପାଇଁ ଆଜି ବଡ଼ବଜାର ଛକ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ତଳେ କୋର୍ଟ କ୍ରିୟାନୁଷ୍ଠାନ କମିଟି ପଖ୍ଯରୁ ଗଣଧାରଣା।ସୂଚନା ଅନୁସାରେ ଜଳେଶ୍ୱର ସହର ଠାରୁ ୬କି.ମି. ଦୂର ପଶ୍ଚିମବଙ୍ଗ ସୀମାନ୍ତ ଓ ଜାତୀୟ ରାଜପଥ ନିକଟସ୍ଥ ଲକ୍ଷ୍ମଣନାଥକୁ କୋର୍ଟ ସ୍ଥାନାନ୍ତରିତ ହେବା ଯୋଗୁଁ କୋର୍ଟ ଉପରେ ନିର୍ଭର କରୁଥିବା ସାଧାରଣ ଲୋକଙ୍କ ସମସ୍ୟା ବଢ଼ି ଚାଲିଛି।

ସହର ମଧ୍ୟରେ କୋର୍ଟ କାର୍ଯ୍ୟ ଚାଲିବା ପାଇଁ ଆବଶ୍ୟକ ସ୍ଥାନ ଥିବାବେଳେ ଜଳେଶ୍ଵରରେ କାହିଁକି କୋର୍ଟ କାର୍ଯ୍ୟ ହେବନି ଏନେଇ ଜଳେଶ୍ଵରର କେତେକ ସଚେତନ ନାଗରିକଙ୍କ ତରଫରୁ ଦୁଇ ବର୍ଷ ତଳେ ତତ୍କାଳୀନ ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତିଙ୍କ ସମେତ ମାନ୍ୟବର ଅନ୍ୟ ବିଚାରପତି ମାନଙ୍କୁ ସାକ୍ଷାତ ପୂର୍ବକ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା।ଏହା ସତ୍ତ୍ବେ ଗତ ୨୦୨୦ ମସିହା ନଭେମ୍ବର ୧୭ ତାରିଖରୁ ଜଳେଶ୍ୱର କୋର୍ଟ ଲକ୍ଷ୍ମଣନାଥ ସ୍ଥିତ ବାଣିଜ୍ୟକର ବିଭାଗର ପୁରୁଣା ଅଫିସରେ କାର୍ଯ୍ୟ କରୁଅଛି। ଦୁଇ ବର୍ଷ ମଧ୍ୟରେ ପାଖାପାଖି ଦଶଜଣ ଲୋକ ମୃତ୍ଯୁବରଣ କରିସାରିଥିବା ବେଳେ,ଅନେକ ଆହତ ହେଇଥିବା ଜଣାପଡିଛି। କୋର୍ଟ ଚାଲୁଥିବା ସ୍ଥାନକୁ ସାଧାରଣ ଲୋକେ, ଓକିଲ, ମହୋର, ମହକିଲ, କୋର୍ଟର କର୍ମଚାରୀ ତଥା ହାକିମ ମାନଙ୍କ ଯାତାୟାତ ପାଇଁ ଯାନବାହାନର ସୁବିଧା ନାହିଁ।

ସେହିପରି ଜାତୀୟ ରାଜପଥର ଅତି ନିକଟରେ କୋର୍ଟ କାର୍ଯ୍ୟ ଚାଲୁ ଥିବାରୁ କୋର୍ଟକୁ ଆସିବା ଯିବା ସବୁବେଳେ ବିପଦପୂର୍ଣ୍ଣ।ଏସବୁକୁ ବିଚାରକୁ ନେଇ ଜଳେଶ୍ଵର କୋର୍ଟ ଜଳେଶ୍ଵର ସହର ମଧ୍ୟରେ କାର୍ଯ୍ୟ କରିବା ପାଇଁ ବ୍ୟବସ୍ଥା କରାଯାଉ ବୋଲି କୋର୍ଟ କ୍ରିୟାନୁଷ୍ଠାନ କମିଟି ତରଫରୁ ସଭାପତି ଦୀଲ୍ଲିପ କୁମାର ଗିରି ଙ୍କ ନେତୃତ୍ବରେ ,ସମୀର କୁମାର ପାତ୍ର,ସିତାଂଶୁ ସେନାପତି,ଜିତାଂଶୁ ଶେଖର ନନ୍ଦୀ,ଆଶୋକ କୁମାର ଜେନା,ସୁବ୍ରତ ବେରା ପ୍ରମୁଖ ଦାବି କରିଛନ୍ତି।

Leave A Reply

Your email address will not be published.