ଚୋରା ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ଦାବିରେ ଶୋଭାଯାତ୍ରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଲେଶ୍ଵର ଜିଲ୍ଲା ବାଲିଆପାଳ ଜନନୀ ପାରିବାର ପକ୍ଷରୁ ଜନନୀ ପାରିବାର ସଭାପତି ଜ୍ୟୋତ୍ସ୍ନା ରାଣୀ ମାହାନ୍ତିଙ୍କ ନେତୃତ୍ୱ ରେ ଶନିବାର ଗାଆଁ ଗାଆଁରୁ ଚୋରା ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ଦାବିରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ଡୁମେଇଛକ ମଙ୍ଗଳା ମନ୍ଦିର ସମ୍ମୁଖରେ ଅବକାରୀ ମନ୍ତ୍ରୀ ଅଶ୍ଵିନୀ ପତ୍ରଙ୍କ କୁଶ ପୋତଳିକା ଦାହ କରାଯାଇ ଥିଲା ।

ଉକ୍ତ ଶୋଭାଯାତ୍ରା ସୁବର୍ଣ୍ଣରେଖାର ମହାବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ବାଲିଆପାଳ ବ୍ଲକ୍ ଛକ ପର୍ଯ୍ୟନ୍ତ ଯାଇଥିଲା। ଏହି ଶୋଭାଯାତ୍ରାରେ ସରକାଙ୍କ ବିରୋଧରେ ବିକାଶ ନାଁ ରେ ବିନାଶ କୁ ବନ୍ଦ କର, ମଦ ଦୋକାନ ପାଖରୁ ଚାଖନା ଦୋକାନକୁ ବନ୍ଦକର,ଗାଆଁ ଗାଆଁରୁ ମଦ ଦୋକାନ ଖୋଲିବା ବନ୍ଦ କର ଆଦି ବିଭିନ୍ନ ନାରା ଦେଇଥିଲେ। ଯଦି ସରକାର ନିର୍ବାଚନ ପୂର୍ବରୁ ଗାଆଁ ଗାଆଁରୁ ମଦ ଦୋକାନ ଓ ସରକାରୀ ମଦ ଦୋକାନ ପାଖରୁ ଚାଖାନା ଦୋକାନ ବନ୍ଦ କରାନଯାଏ |

ତାହା ହେଲା ଲୋକ ଭୋଟ ବର୍ଜନ କରିବେ ବୋଲି ଜନନୀ ପାରିବାର ପକ୍ଷରୁ ଅନ୍ତ୍ରରଷ୍ଟ୍ରୀୟ ଏସି ଏସଟି ପରୀକ୍ଷା ଓ ବିକାଶ ମହାସଂଘ ଦିଲ୍ଲୀ ର ସମ୍ପାଦକ ସଦାଶିବ ସେଠୀ ବକ୍ତବ୍ୟ ମାଧ୍ୟମର ସରକାରଙ୍କୁ ଚେତା ବହିଁ ଦେଇଛନ୍ତି। ଉକ୍ତ ଶୋଭାଯତ୍ରାରେ ଓଡ଼ିଶା ହାଇକୋର୍ଟ ର ବରିଷ୍ଠ ଆଇଜୀବୀ ଆମ ବିକାଶ ଆମ ବାଲେଶ୍ବର ସଭାପତି ବିଚିତ୍ରାନନ୍ଦ ଦାସ, ବାଲିଆପାଳ ବିକାଶ ଫାଉଣ୍ଡେସନର ସମ୍ପାଦକ ଶିଶିର ଖଣ୍ଡା ଙ୍କ ସହିତ ଜନନୀ ପାରିବାର ସମସ୍ତ ସଦସ୍ୟ ସାମିଲ ଥିଲେ।

Leave A Reply

Your email address will not be published.