ଅଁଳାପଦର ସ୍କୁଲରେ ଯୁବ ଓଡିଶା କାର୍ଯ୍ୟକ୍ରମର ଉଦଯାପନ ଉତ୍ସବ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଅଁଳାପଦର ସ୍କୁଲରେ ଯୁବ ଓଡିଶା କାର୍ଯ୍ୟକ୍ରମର ଉଦଯାପନ ଉତ୍ସବ ପାଳିତ | ମାଲକାନାଗିରି ଜିଲ୍ଲାର ମାଥିଲି ବ୍ଳକ ଅନ୍ତର୍ଗତ ଅଁଳା ପଦର ବାପୁଜୀ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟରେ ଅତି ଆଡମ୍ବର ସହିତ ଯୁବ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମର ଉଦ୍ୟଯାପନୀ ସମାରୋହ ପାଳିତ ହୋଇଯାଇଛି ।

ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ମୁଖ୍ଯ ଅତିଥି ଭାବେ ଯୋଗଦାନ କରି ଉକ୍ତ କାର୍ଯ୍ୟକ୍ରମ କୁ ଉଦଘାଟନ କରି କହିଲେ ଯେ, ମାଲକାନାଗିରି ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ସାମୁହିକ ବିକାଶ ତଥା ଯୁବପିଢିଙ୍କ ଦକ୍ଷତାର ବିକାଶ ପାଇଁ ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି । ମୁଖ୍ଯ ବକ୍ତା ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲୁ ,ସମ୍ମାନୀତ ଅତିଥି ଭାବେ ମାଥିଲି ବ୍ଳକ ଅଧ୍ଯକ୍ଷ ମହେଶ କୁମାର ବାକା,ସଭାପତିତ୍ବ କରିଥିଲେ ଅନୁଷ୍ଠାନର ଅଧ୍ୟକ୍ଷ ରମାକାନ୍ତ ମହାପାତ୍ର|

ସମ୍ମାନୀତ ବକ୍ତା ବରିଷ୍ଠ ସାହିତ୍ୟିକ କିଶୋର ଚନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ଯ ହିରଣ୍ୟ କୁମାର ମୁଦୁଲି,ସରପଞ୍ଚ ଭୀମସେନ ନାୟକ, ଅନୁଷ୍ଠାନର ସଭାପତି ପ୍ରିତମ୍ ଗୋଟେ, ସମାଜସେବୀ ବି.ସାମଲ, ମହାଦେବ ପୂଜାରୀ, ପ୍ରମୂଖ ଯୋଗ ଦେଇ କାର୍ଯ୍ଯକ୍ରମ କୁ ସରସ ସୁନ୍ଦର କରିଥିଲେ ।
ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ବାରା ସାସ୍କୃତିକ କାର୍ଯ୍ଯକ୍ରମ ଓ କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲି ।ଶେଷରେ ଅନୁଷ୍ଠାନର ପ୍ରଧାନ ଶିକ୍ଷକଙ୍କୁ ମାଟିଲଗ୍ନା ସାହିତ୍ଯ ସଂସଦ ତରଫରୁ ଚଳିତ ବର୍ଷର ଶ୍ରେଷ୍ଠ ଶିକ୍ଷକ ରୂପେ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।

Leave A Reply

Your email address will not be published.