ରାଜନେତା ଚଳାଉଥିଲେ ସେକ୍ସ ରାକେଟ; ପର୍ଦ୍ଧାଫାସ କଲା ପୋଲିସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଜନେତା ଚଳାଉଥିଲେ ସେକ୍ସ ରାକେଟ ପର୍ଦ୍ଧାଫାସ କଲା ପୋଲିସ | ରାଜନେତା ଚଳାଉଥିଲେ ସେକ୍ସ ରାକେଟ।ଅଚାନକ ଚଢ଼ାଉ କରି ଧରିଲା ପୋଲିସ। ଚଢ଼ାଉ ସମୟରେ ଧରାପଡିଲେ ୨ ଯୁବକ ଯୁବତୀ ଥାନାରେ ଅଟକ ପୋଲିସର ତଦନ୍ତଜାରୀ। ସେହିପରି ଆପତ୍ତିଜନକ ଅବସ୍ଥାରେ ଥିବା ରୁମରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ। ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଷ୍ଟେଟବ୍ୟାଙ୍କ ପଛ ଦୁର୍ଗାପୂଜା କଲୋନୀ ବସ୍ତିରେ। ଶୀର୍ଷା ପଞ୍ଚାୟତର ସମିତି ସଭ୍ୟଙ୍କ ଏକଘରେ ସେକ୍ସ ରାକେଟ ଚାଲିଥିବାର ସନ୍ଦେହ କରି ଦୀର୍ଘଦିନରୁ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଆସୁଥିଲେ ମଧ୍ୟ ନଜରଆନ୍ଦାଜ କରିଆସୁଥିଲା ପୋଲିସ। ମାତ୍ର ଅଭିଯୋଗ ପରେ ଅଚାନକ ଚଢ଼ାଉ କରି ଆଜି ସେକ୍ସ ରାକେଟର ଠାବ କରିଛି ଝାରପୋଖରିଆ ଥାନା ପୋଲିସ।

ଅଚାନକ ଚଢ଼ାଉ କରି ସମିତିସଭ୍ୟଙ୍କ ବିବାଦୀୟ ଘରର ରୁମରୁ ଆପତ୍ତିଜନକ ସାମଗ୍ରୀ ଜବତ କରିବା ସହିତ ପୁଲିସ ଦୁଇପୁଅ ଦୁଇଝିଅଙ୍କୁନେଇ ମୋଟ ୪ଜଣଙ୍କୁ ଉଦ୍ଧାର କରି ଅଟକ ରଖି ଅଧିକ ତଦନ୍ତଜାରୀ ରଖିଥିବା ଜଣାପଡ଼ିଛି। ଏଥିସହିତ ପୁଲିସ ଘଟଣାସ୍ଥଳରୁ ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସାରସକଣା ବ୍ଲକ ଶୀର୍ଷା ପଞ୍ଚାୟତର ସମିତିସଭ୍ୟ ଲକ୍ଷ୍ମୀଧର ସିଂ ବମ୍ବେଛକ ଷ୍ଟେଟବ୍ୟାଙ୍କ ପଛରେ ଥିବା ସରକାରୀ ଜମିରେ ବିରାଟକାୟ ଘରକରି ପ୍ରାୟ ୫୦ରୁ ଉର୍ଦ୍ଧ୍ବ ରୁମ ତିଆରି କରି ଚଳେଇ ଥିଲେ ଆନ୍ତଃରାଜ୍ୟ ସେକ୍ସ ରାକେଟ। ଜିଲ୍ଲା ସମେତ ପୋଡ଼ଶୀ ରାଜ୍ୟର ଝିଅଙ୍କୁ ଆଣି ଦେହବେପାର ଚଳେଇଥିଲେ। ତେବେ ସେହିଘରେ ରହୁଥିବା ଜଣେ ମହିଳା ସମିତି ସଭ୍ୟଙ୍କ ନିର୍ଦ୍ଦେଶରେ ପରିଚାଳନା କରିଆସୁଥିଲେ ସେକ୍ସ ରାକେଟ।

ଆଉ ମହିଳା ଜଣକ ନୈଷ୍ଟିକ ବ୍ରାହ୍ମଣ ପରିବାରର ହୋଇଥିଲେ ମଧ୍ୟ ଆପତ୍ତିଜନକ ତଥା ଘୃଣ୍ୟ ଦେହବେପାର ଚଳାଇବା ପାଇଁ ପତି ରୁ ପାତ୍ର ପାଲଟିଯାଇଥିବା ଆଲୋଚନା ହେଉଥିବା ଦେଖିବାକୁ ମିଳିଛି। ଆଉ ମହିଳା ଜଣକ ଓ ସମିତିସଭ୍ୟ ଲକ୍ଷ୍ମୀଧର ସିଂଙ୍କ ସହ ମିଶି ଦୀର୍ଘଦିନରୁ ସେହି ଘରେ ଚଳେଇଥିଲେ ଦେହ ବ୍ୟବସାୟ। ମାତ୍ର ବସ୍ତିବସିନ୍ଦାମାନେ ନିଜ ନିଜ ପିଲାଙ୍କର ସୁରକ୍ଷିତ ଭବିଷ୍ୟତ ସହିତ ବସ୍ତିର ମାନସମ୍ମାନ, ସ୍ୱାଭିମାନକୁ ଦୃଷ୍ଟିରେ ରଖି ଚାଲିଥିବା ଆପତ୍ତିଜନକ ଦେହବେପାରକୁ ସ୍ଥାନୀୟ ଲୋକମାନେ ବିରୋଧ କରିଆସୁଥିଲେ ସୁଦ୍ଧା ବନ୍ଦ କରିବା ବଦଳରେ ଲୋକମାନଙ୍କୁ ନାଲି ଆଖିର ଧମକ ଦେଖାଇ ଚୁପ କରାଇବାରେ ସଫଳ ହୋଇଆସୁଥିଲା। ଏମିତିକି ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ ହାତବାରିସୀ କରି ମେଲାଇ ଚାଲିଥିଲା ଦେହବେପାରର ସାମ୍ରାଜ୍ୟ । ବାହାର ରାଜ୍ୟର ଯୁବତୀଙ୍କୁ ଆଣି ଏହି ସେକ୍ସ ରାକେଟ ଚଳାଉଥିବା ଜଣାପଡ଼ିଛି।

ଆଜି ସକାଳ 10 ଘଟିକା ସମୟରେ ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଆକସ୍ମିକ ଭାବେ ଏହି ଭଡ଼ାଘରେ ଚଢ଼ଉକରି ଦୁଇଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ବହୁ ଆପତ୍ତିଜନକ ସାମଗ୍ରୀ ଘଟଣାସ୍ଥଳରୁ ଜବତ କରିଛି ପୋଲିସ। ଏହି ଘଟଣାରେ ସାମିଲ ଥିବା ଦୁଇପୁଅ ଦୁଇଝିଅ ଓ ଦୁଇ ମହିଳାଙ୍କୁ ଝାରପୋଖରିଆ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ପୁଲିସ । ତେବେ ଗ୍ରାମର ପିଲାମାନଙ୍କ ଭବିଷ୍ୟତ ସୁରକ୍ଷିତ କରିବା ଲକ୍ଷ୍ୟରେ ଅଭିଭାବକ ମହଲରେ ଏଭଳି ଆପତ୍ତିଜନକ ଦେହବେପାରକୁ ବିରୋଧ କରି ସଂପୃକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ସ୍ଥାନୀୟ ମହିଳାମାନେ।

Leave A Reply

Your email address will not be published.