ସାରା ଦେଶରେ କ୍ଷୀର, ଘିଅ, ଦହି ଓ ଛେନାର ମାନ ଯାଞ୍ଚ କରିବ FSSAI

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଏଣିକି ସାରା ଦେଶରେ କ୍ଷୀର, ଘିଅ, ଦହି ଓ ଛେନାର ହେବ ମାନ ଯାଞ୍ଚ । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଂଗଠିତ ଓ ଅଣ ସଙ୍ଗଠିତ କ୍ଷେତ୍ରରୁ ନମୂନା ସଂଗ୍ରହ କରି ଯାଞ୍ଚ କରିବ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ(FSSAI)। ଦେଶରେ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀରେ ଅପମିଶ୍ରଣ ରୋକିବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଜିଲ୍ଲାମାନଙ୍କରେ ଏହି ଯାଞ୍ଚ କରାଯିବ ।

ସବୁ ଜିଲ୍ଲାରୁ ନମୂନା ସଂଗ୍ରହ କରି ଯାଞ୍ଚ କରିବ ଏଫଏସଏସଏଆଇ । ଏନେଇ ଫୁଡ୍ ସେପ୍ଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଦିଆଯାଇଛି ସୂଚନା ।

Leave A Reply

Your email address will not be published.