ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦିନକୁ ଦିନ ଭାରତୀୟ ନୌସେନାର ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଯୋଡ଼ିହୋଇଛି ଆଉ ଏକ ନୂଆ ଫର୍ଦ୍ଦ । ଭାରତୀୟ ବାୟୁସେନାର ଏକ ମିଗ୍-୨୯କେ ଲଢୁଆ ବିମାନ ରାତିରେ ନୌସେନାର ଆଇଏନ୍ଏସ୍ ବିକ୍ରାନ୍ତରେ ସଫଳତାର ସହ ଅବତରଣ କରି ଇତିହାସ ରଚିଛି। ଏହି ସଫଳତା ସହିତ ଦେଶର ସାମରିକ ଶକ୍ତି ଆହୁରି ବୃଦ୍ଧି ପାଇଛି । ଅନ୍ଧାର ରାତିରେ ଆଇଏନଏସ ବିକ୍ରାନ୍ତରେ ସଫଳ ଅବତରଣ କଲା ମିଗ୍-୨୯ ବିମାନ ।
ଏଥିସହିତ ଆତ୍ମନିର୍ଭର ଭାରତ ଦିଗରେ ମଧ୍ୟ ଏହା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ଏକ ଟୁଇଟ କରାଯିବା ସହ ଏକ ଭିଡିଓ ଅପଲୋଡ କରାଯାଇଛି ।