ବାଲି ଓ ମଦ ବ୍ୟବସାୟୀଙ୍କ ଘରେ ED ରେଡ

0

ଓଡ଼ିଆ ନ୍ୟୁଜ୍: ଗଞ୍ଜାମ ଜିଲ୍ଲାରେ ଇଡିର ବଡ଼ ରେଡ୍ । ଆଲମାରୀ ଭର୍ତ୍ତି ବଣ୍ଡଲ ବଣ୍ଡଲ କ୍ୟାସ୍, ବାଟି ବାଟି ସଂପତ୍ତି । ଟେରା କରୁଛି ଗଞ୍ଜାମରେ ବିଜେଡି ନେତା ହୃଷୀକେଶଙ୍କ ସଂପତ୍ତି । ହୃଷୀକେଶ ପାଢ଼ୀଙ୍କ ସହ ୬ ଜଣଙ୍କ ଘରେ ରେଡ୍ । ଆଜି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଡ଼ ଧରଣର ଇଡି ଚଢାଉ କରୁଛି । ବାଲି ଓ ମଦ ବ୍ୟବସାୟୀଙ୍କ ଘରେ ED ରେଡ। ବ୍ରହ୍ମପୁର ସହରର ୫ରୁ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି । ଜୟପ୍ରକାଶ ନଗର, ଅମ୍ବିକା ନଗର, ବିଜିପୁରରେ ଚାଲିଛି ରେଡ୍ । ଲାଞ୍ଜିପଲି, କନିଷି, ଶେରଗଡ଼, ବୁଗୁଡ଼ା, ହିଞ୍ଜିଳି, ଆସ୍କା ଓ ଛତ୍ରପୁରରେ ମଧ୍ୟ ଚଢାଉ ।

ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କ ଅଫିସରେ ଚାଲିଛି ରେଡ୍ । ବେଆଇନ ବାଲି କରବାରର ପର୍ଦାଫାଶ ପାଇଁ ବାଲି ବେପାରୀଙ୍କ ଘରେ ଚଢ଼ାଉ କରାଯାଉଛି । ପ୍ରାୟ ୪୬ କୋଟିରୁ ଅଧିକ ଟଙ୍କାର ରୟାଲଟି ସରକାରଙ୍କୁ ଦେବାକୁ ବାକି ଅଛନ୍ତି ବେପାରୀ ।

Leave A Reply

Your email address will not be published.