କିରିବୁରୁରେ ବିଶାଳ ଦନ୍ତା ଆତଙ୍କ; ଘର ଭାଙ୍ଗି ଖାଇଗଲା ଚାଉଳ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କିରିବୁରୁରେ ବିଶାଳ ଦନ୍ତା ଆତଙ୍କ, ଘର ଭାଙ୍ଗି ଖାଇଗଲା ଚାଉଳ | ଗତ ରାତିରେ କେନ୍ଦୁଝର ଜିଲ୍ଲା ତଥା ବନଖଣ୍ଡ ଅନ୍ତର୍ଗତ ବଡବିଲ ବନାଞ୍ଚଳ ଅଧୀନ କିରିବୁରୁ ହିଲଟପରେ ଏକ ଗୋଠଛଡା ଦନ୍ତା ହାତୀ ବେଶ୍ ଆତଙ୍କ ଖେଳାଇଥିବା ଜଣା ପଡିଛି।

ମିଳିଥିବା ସୂଚନାନୁସାରେ ରାତି ପ୍ରାୟ ୨ ଟା ସମୟରେ କିରିବୁରୁ ହିଲଟପ ପାଣିଟାଙ୍କି ନିକଟ ଡାଲମିୟା ହାଟିଙ୍ଗରେ ଏକ ବିଶାଳକାୟ ଗୋଠଛଡା ଦନ୍ତା ହାତୀ ପ୍ରବେଶ କରି ୩ଟି ଘର ଭାଙ୍ଗି ଚାଉଳ ଖାଇବା ସହ ବେଶ୍ ଆତଙ୍କ ଖେଲାଇଥିଲା। ସୂଚନା ପାଇ ବନବିଭାଗ ପେଟ୍ରୋଲିଂ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ହାତୀକୁ ଘଉଡାଇବାକୁ ଚେଷ୍ଟା କରିଥିଲେ।

ଘଣ୍ଟାଧିକ କାଳ ପରିଶ୍ରମ କରି ହାତୀକୁ ଘଉଡାଇ ଦେଇଥିଲେ ହେଁ ବନ ବିଭାଗକୁ ଏଥିପାଇଁ ନାକେଦମ୍ ହେବାକୁ ପଡିଛି। ଖବର ନେବା ପର୍ଯ୍ୟନ୍ତ ଦନ୍ତାହାତୀଟି ଝାଡଖଣ୍ଡ ଜଙ୍ଗଲକୁ ଚାଲି ଯାଇଥିବା ବେଳେ ଗୁରୁବାର ସକାଳୁ ବନ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତି ସମ୍ବନ୍ଧିତ ତଦନ୍ତ କରିଥିବା ଜଣାପଡିଛି।

Leave A Reply

Your email address will not be published.