ଇଲେକ୍ଟୋରାଲ୍ ବଣ୍ଡ୍‌ ବୈଧତାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଇଲେକ୍ଟୋରାଲ୍ ବଣ୍ଡ୍‌ ବୈଧତାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଇଲେକ୍ଟୋରାଲ୍ ବଣ୍ଡ୍‌ ଅସାମ୍ବିଧାନିକ କହି ରୋକ୍ ଲଗାଇଲେ କୋର୍ଟ । ସୂଚନା ଅଧିକାର ଆଇନକୁ ଉଲ୍ଲଙ୍ଘନ କରୁଛି ଏହି ଯୋଜନା । ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ନିର୍ବାଚନୀ ବଣ୍ଡ ସ୍କିମ୍ ଲୋକଙ୍କର ସୂଚନା ଅଧିକାରକୁ କ୍ଷୂର୍ଣ୍ଣ କରୁଛି ବୋଲି କହିଛନ୍ତି। ଏଥିସହ କଳା ଟଙ୍କା ରୋକିବା ପାଇଁ ଏହା ଏକ ମାଧ୍ୟମ ନୁହେଁ, ଏଥିପାଇଁ ଅନ୍ୟ ଉପାୟ ମଧ୍ୟ ଅବଲମ୍ବନ କରାଯାଇ ପାରିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ରାଜନୈତିକ ଦଳମାନଙ୍କୁ ଆସୁଥିବା ନିର୍ବାଚନୀ ଅର୍ଥରାଶି ବାବଦରେ ଭୋଟରଙ୍କର ଜାଣିବାର ଅଧିକାରୀ ରହିଛି ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ମାମଲାର ରାୟ ଶୁଣାଉଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କୋର୍ଟଙ୍କ ନିଷ୍ପତ୍ତି ବେଶ୍ ଗୁରୁତ୍ବପୂର୍ଣ୍ଣ ।  ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, ନିର୍ବାଚନୀ ବଣ୍ଡ୍ ଯୋଜନାରେ କିଛି ଦୋଷ ଦୁର୍ବଳତା ରହିଛି । ଏହି ବଣ୍ଡରେ ଅଜ୍ଞତା ଓ ଗୋପନୀୟତା ରହୁଛି । ଏହି ସୂଚନା ଷ୍ଟେଟ୍ ବ୍ୟାଙ୍କ ନିକଟରେ ଅପଲବ୍ଧ ରହୁଛି ଏବଂ ତାଙ୍କ ପର୍ଯ୍ୟନ୍ତ ଯାଞ୍ଚ ଏଜେନ୍ସି ମଧ୍ୟ ପହଞ୍ଚି ପାରିବ । ଏହା ସହିତ କୋର୍ଟ ଟିପ୍ପଣୀ ଦେଇ କହିଛନ୍ତି, ଯଦି ସମସ୍ତ ରାଜନୈତିକ ଦଳ ନିକଟରେ ସମାନ ସୁବିଧା ନମିଲେ, ତେବେ ଏହି ଯୋଜନାକୁ ନେଇ ଅସ୍ପଷ୍ଟତା ସ୍ଥିତି ଲାଗି ରହିବ । ଏହି ଯୋଜନାକୁ କଳାଧନ ହେରଫେର୍ କରିବା ଲକ୍ଷ୍ୟରେ କରାଯାଇଛି ବୋଲି କୁହାଯାଉଛି ।

କେଉଁ ଦଳକୁ କେତେ ନିର୍ବାଚନୀ ଅର୍ଥରାଶି ମିଳୁଛି ତାହା ଭୋଟର ଜାଣିବା ଦରକାର ବୋଲି କୋର୍ଟ କହିଛନ୍ତି ।ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, ନିର୍ବାଚନୀ ବଣ୍ଡ୍ ଯୋଜନାରେ କିଛି ଦୋଷ ଦୁର୍ବଳତା ରହିଛି । ଏହି ବଣ୍ଡରେ ଅଜ୍ଞତା ଓ ଗୋପନୀୟତା ରହୁଛି । ଏହି ସୂଚନା ଷ୍ଟେଟ୍ ବ୍ୟାଙ୍କ ନିକଟରେ ଅପଲବ୍ଧ ରହୁଛି ଏବଂ ତାଙ୍କ ପର୍ଯ୍ୟନ୍ତ ଯାଞ୍ଚ ଏଜେନ୍ସି ମଧ୍ୟ ପହଞ୍ଚି ପାରିବ । ଏହା ସହିତ କୋର୍ଟ ଟିପ୍ପଣୀ ଦେଇ କହିଛନ୍ତି, ଯଦି ସମସ୍ତ ରାଜନୈତିକ ଦଳ ନିକଟରେ ସମାନ ସୁବିଧା ନମିଲେ, ତେବେ ଏହି ଯୋଜନାକୁ ନେଇ ଅସ୍ପଷ୍ଟତା ସ୍ଥିତି ଲାଗି ରହିବ । ଏହି ଯୋଜନାକୁ କଳାଧନ ହେରଫେର୍ କରିବା ଲକ୍ଷ୍ୟରେ କରାଯାଇଛି ବୋଲି କୁହାଯାଉଛି । କେଉଁ ଦଳକୁ କେତେ ନିର୍ବାଚନୀ ଅର୍ଥରାଶି ମିଳୁଛି ତାହା ଭୋଟର ଜାଣିବା ଦରକାର ବୋଲି କୋର୍ଟ କହିଛନ୍ତି ।

Leave A Reply

Your email address will not be published.