ନବ ଦାସଙ୍କୁ ହତ୍ୟା ମାମଲା: ଆଜି ଗୋପାଳର LVA ଓ ସାଇକୋଲୋଜିକାଲ ଆସେସମେଣ୍ଟ ସରିବ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ନବ ଦାସଙ୍କୁ ହତ୍ୟା ମାମଲାରେ ଗୋପାଳ ଲୁଚାଇଥିବା ସତ ବାହାର କରିବାକୁ ମାରାଥନ୍‌ ଜେରା କରୁଛି କ୍ରାଇମବ୍ରାଞ୍ଚ । ଲେୟର୍ଡ ଭଏସ୍‌ ଆନାଲିସିସ ଓ ଫୋରେନ୍‌ସିକ ସାଇକୋଲୋଜିକାଲ ଆସେସମେଣ୍ଟ କରୁଛି CFSL ଟିମ୍‌ । ଆଜି ଗୋପାଳର LVA ଓ ସାଇକୋଲୋଜିକାଲ ଆସେସମେଣ୍ଟ ସରିବ । CFSL ନିର୍ଦ୍ଦେଶକ ଆଶା ଶ୍ରୀବାସ୍ତବ ନିଜେ ଏହି ଦୁଇଟି ପରୀକ୍ଷା କରାଉଛନ୍ତି । ଗୋପାଳ କ୍ରାଇମବ୍ରାଞ୍ଚକୁ ଦେଉଥିବା ତଥ୍ୟ ଆଧାରରେ କରାଯାଉଛି LVA ଟେଷ୍ଟ । ତାର ବୟାନରେ କେତେ ସତ ଓ ମିଛ ରହିଛି ରିପୋର୍ଟ ଆସିଲେ ଜଣା ପଡିବ । ସେହିପରି ଝାରସୁଗୁଡ଼ାରେ ଗୋପାଳର ମନ ପଢୁଛନ୍ତି ମନସ୍ତତ୍ତ୍ୱବିତ୍‌ ।

ସ୍ୱତନ୍ତ୍ର ମେଡିକାଲ୍‌ ବୋର୍ଡ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରିଥିବା ବେଳେ ମାନସିକ ସ୍ଥିତି ଯାଞ୍ଚ ପାଇଁ ଆସୁଛନ୍ତି ବେଙ୍ଗାଲୁରୁର ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲଥ୍‌ ଆଣ୍ଡ ମେଣ୍ଟାଲ୍‌ ସାଇନସେସ୍‌ ବା ନିମହାନ୍ସ ବିଶେଷଜ୍ଞ । ଗୋପାଳର ପୂର୍ବ ପ୍ରେସକ୍ରିପସନର ଯାଞ୍ଚ କରୁଛନ୍ତି ବିଶେଷଜ୍ଞ । ବିଭିନ୍ନ ଟିମ୍‌ର ରିପୋର୍ଟକୁ ନିଜେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଅନୁଧ୍ୟାନ କରୁଛନ୍ତି । କ୍ରାଇମବ୍ରାଞ୍ଚର ଟିମ୍‌ ବିଭିନ୍ନ ସ୍ଥାନରେ ସଂଗ୍ରହ କରିଥିବା ତଥ୍ୟ ପ୍ରମାଣକୁ ଯୋଡ଼ାଯାଇ ହତ୍ୟାର କାରଣ ଖୋଜାଚାଲିଛି । ଗୋପାଳ ନିଜ ଦୋଷ ମାନିଥିଲେ ବି କାହିଁକି ନବ ଦାସଙ୍କୁ ହତ୍ୟା କଲା ଏଯାଏ କାରଣ କହିନି । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା କହି ତଦନ୍ତକାରୀ ଟିମ୍‌କୁ ଭୂଆଁ ବୁଲାଉଛି

Leave A Reply

Your email address will not be published.