ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ବ୍ଲୁ ବୁକ ଅନୁଯାୟୀ ହୋଇଛି ସୁରକ୍ଷା ବ୍ୟବସ୍ଥା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଙ୍କ ଗସ୍ତ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ହାଇଲେବଲ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ପୋଲିସ DG, ପୋଲିସ କମିସନର, ଗୁଇନ୍ଦା ନିର୍ଦ୍ଦେଶକ, ଆଇନ ଶୃଙ୍ଖଳା ADG ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲୁ ବୁକ ଅନୁଯାୟୀ ହୋଇଛି ସୁରକ୍ଷା ବ୍ୟବସ୍ଥା । Airport ରୁ ଆରମ୍ଭ କରି ଉତ୍କଳ ମଣ୍ଡପ, ରମାଦେବୀ ବିଶ୍ୱ ବିଦ୍ୟାଳୟ କଡା ସୁରକ୍ଷା ବଳୟରେ ରହିବ। ସେହିପରି 11ତାରିଖରେ NRII କଟକ ଓ ଲିଙ୍ଗରାଜ ମନ୍ଦିର ଗସ୍ତ କରିବା ପାଇଁ ଆଲୋଚନା ହୋଇଥିଲା ସୂଚନା ଦେଇଛନ୍ତି ପୋଲିସ କମିଶନଇ ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଆସନ୍ତା ୧୦ ତାରିଖରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ୪ଟାରୁ ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ସମାବର୍ତ୍ତନ ଉତ୍ସବ ଅବସରରେ ରାଷ୍ଟ୍ରପତି ଦୁଇ ଜଣ ଛାତ୍ରୀଙ୍କୁ ପିଏଚ୍‌ଡି ଡିଗ୍ରି ପ୍ରଦାନ କରିବେ। ସେହିପରି ୧୧ ତାରିଖରେ ରାଷ୍ଟ୍ରପତି ଶ୍ରୀଲିଙ୍ଗରାଜ ମନ୍ଦିର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିବେ। ପରବର୍ତ୍ତୀ ସମୟରେ କଟକସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ହେବାକୁ ଥିବା ଇଣ୍ଡିଆନ୍‌ ରାଇସ୍‌ କଂଗ୍ରେସକୁ ରାଷ୍ଟ୍ରପତି ଉଦ୍‌ଘାଟନ କରିବେ।

Leave A Reply

Your email address will not be published.