ଘରୋଇ ମରାମତି ସେବା ଯୋଗାଇବେ ହାଣ୍ଡିମେନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): DMFରୁ ଅର୍ଥରେ ତାଲିମ ପ୍ରାପ୍ତ ITI ଏବଂ ଫିଟର 30 ଯୁବକ ସ୍ବାବଲମ୍ବୀ ହେବା ସହ ଘରୋଇ ମରାମତି ସେବା ଯୋଗାଇବେ ହାଣ୍ଡିମେନ। DMF ରୁ ଅର୍ଥ ରେ ତାଲିମ ପ୍ରାପ୍ତ ITI ଏବଂ ଫିଟର 30 ଯୁବକ ସ୍ବାବଲମ୍ବୀ ହେବା ସହ ଘରୋଇ ମରାମତି ସେବା ଯୋଗାଇବେ ହାଣ୍ଡିମେନ।

ବିଦ୍ୟୁତ, ପାଣି ପାଇପ , ସୋଲାର ଇତ୍ୟାଦି ଘରୋଇ ସମସ୍ୟା ଦେଖାଦେଲେ ହାଣ୍ଡିମେନ ଘରକୁ ଆସି ମରାମତି କରିବେ ।କୋରାପୁଟ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ର ସହାୟତାରେ ଜିଲ୍ଲାର ୩୦ ଜଣ ଯୁବକ ୫ ଗୋଟି ଟ୍ରେଡରେ ଭୁବନେଶ୍ୱର ଠାରେ ୬ ମାସ ତାଲିମ ନେଇଥିଲେ ।ସିପେଟ ଦ୍ବାରା ତାଲିମ ପ୍ରଦାନ କରାଯାଇଥିଲା। ଆଜି ଓଏସଏପି ପଡିଆ ଠାରେ ହାଣ୍ଡିମେନ ପ୍ରକଳ୍ପ ଉଦଯାପିତ ହୋଇଯାଇଛି।

କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଲିମ ପ୍ରାପ୍ତ ଯୁବକ ମାନଙ୍କୁ ମୋବାଇଲ ଓ ଅଟୋ ରିକ୍ସା ଚାବି ପ୍ରଦାନ କରିଥିଲେ।କୋରାପୁଟ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦେବାଶିଷ ପଟ୍ଟନାୟକ, ସିପେଟ ନିର୍ଦ୍ଦେଶକ ଭଞ୍ଜ ପ୍ରସାଦ ପାତ୍ର, ଜିଲ୍ଲା ପରିଷଦର ଏପିଓ ହିମାଂଶୁ ଶତପଥି ପ୍ରମୁଖ ଉପସ୍ଥିତି ଥିଲେ ।

Leave A Reply

Your email address will not be published.