କେନ୍ଦ୍ରାପଡା ବିଧାୟକଙ୍କ ଦ୍ୱାରା ମାରାଥନ ପ୍ରକଳ୍ପ ଲୋକାର୍ପିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ରାପଡ଼ା ବ୍ଲକ ଓ ପୌରାଞ୍ଚଳ ଅନ୍ତର୍ଗତ ବିଧାୟକଙ୍କ ପାଣ୍ଠିରୁ ପ୍ରଦତ୍ତ ଅର୍ଥରେ ନିର୍ମିତ ହୋଇଥିବା ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଆଜି ଅପରାହ୍ନରେ ପୌରାଞ୍ଚଳ ଅନ୍ତର୍ଗତ 21 ନମ୍ବର ୱାର୍ଡ଼ରେ କାଉନସିଲର ପ୍ରଭାଶିଷ ପଣ୍ଡାଙ୍କ ପୌରହିତରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଶଶୀଭୁଷଣ ବେହେରା ଯୋଗଦେଇ ନିମାଇଁ ଚରଣ ମାନସିକ ନ୍ଵ୍ୟନତା ସଂସ୍ଥାର ସଂଯୋଗୀ କରଣ ରାସ୍ତା ଓ ଆଦିବାସୀଙ୍କ ପାଇଁ ଉଦିଷ୍ଟ କମ୍ୟୁନିଟି ସେଣ୍ଟରକୁ ଉଦଘାଟନ କରିଛନ୍ତି।

ସେହିପରି କେନ୍ଦ୍ରାପଡ଼ା ବ୍ଲକର କପାଳେଶ୍ବର ପଞ୍ଚାୟତରେ ଥିବା ମଜିତରେ ସହିତ ପବିତ୍ର ରାମଜାନ ମାସରେ କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀ ଅଧିନ 18 ଗୋଟି ମସଜିଦ କୁ ସ୍ୱଚ୍ଛ ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦଘାଟନ ହୋଇଯାଇଛି |

ପରିଶେଷରେ 3 ଗୋଟି ଥାନା ସଦର ଥାନା, ଟାଉନ ଥାନା ଓ ନିକିରାଇ ଥାନାରେ ସୌର ବିଦ୍ୟୁତ ଶକ୍ତି ପ୍ରକଳ୍ପ ସହ ସ୍ୱଛ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ ଆରକ୍ଷୀ ଅଧିକ୍ଷକ ସାର୍ଥକ କାଟାରିଆ ଙ୍କ ଉପସ୍ଥିତି ରେ ବିଧାୟକ ଶଶିଭୁଷଣ ବେହେରା ଜନସାଧାରଣଙ୍କ ଉଦେଶ୍ୟରେ କରିଛନ୍ତି।

Leave A Reply

Your email address will not be published.