ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚମ୍ପୁଆ ତହସିଲ କାର୍ଯ୍ୟାଳୟ ନିକଟରୁ ଚୋରା କାଠପଟା ବୋଝେଇ ଟାଟା ମେଜିକ୍ ଜବତ କଲା ବନବିଭାଗ | କେନ୍ଦୁଝର ଜିଲ୍ଲା ତଥା ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ତହସିଲ କାର୍ଯ୍ୟାଳୟ ନିକଟରୁ ଏକ କାଠପଟା ବୋଝେଇ ଟାଟା ମେଜିକ୍ ଗାଡ଼ିକୁ ଜବତ କରିଛି ଚମ୍ପୁଆ ବନ ବିଭାଗ।
ସୂଚନାନୁସାରେ ଝାଡ଼ଖଣ୍ଡ ରାଜ୍ୟ ରାମତୀର୍ଥ ଅଞ୍ଚଳରୁ ଏକ ଟାଟା ମେଜିକ ଗାଡିରେ ଚୋରା କାଠପଟା ବୋଝେଇ କରି ଚମ୍ପୁଆ ଅଞ୍ଚଳକୁ ଆସୁଥିବା ଜାଣିବାକୁ ପାଇ ଚମ୍ପୁଆ ରେଞ୍ଜର ଅକ୍ଷୟ ଛତ୍ରୀୟାଙ୍କ ନିର୍ଦ୍ଦେଶକ୍ରମେ ବନ ବିଭାଗ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ନିକଟରେ ଚଢାଉ କରିଥିଲେ।
ଏକ ନାଲି ରଙ୍ଗର ଟାଟା ମେଜିକରେ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ ମୂଲ୍ୟର ୫୧ ଖଣ୍ଡ କାଠପଟା ବୋଝେଇ ହୋଇଥିବା ବେଳେ ଗାଡ଼ିର ଚାଳକ ଘଟଣା ସ୍ଥଳରୁ ଚଂପଟ ମାରିଛି। ଉକ୍ତ ଟାଟା ମେଜିକ ସହ କାଠପଟା ଗୁଡିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।