ଭତ୍ତା ଓ ସୁରକ୍ଷା ଦାବି ନେଇ ରାଜ୍ୟବ୍ୟାପୀ ସାମ୍ବାଦିକ ମାନେ ଓହ୍ଲାଇଛନ୍ତି ଆନ୍ଦୋଳନକୁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାମ୍ବାଦିକ ମାନଙ୍କୁ ଭତ୍ତା ଓ ସୁରକ୍ଷା ତଥା ଅନ୍ୟାନ୍ୟ ଦାବି ନେଇ ରାଜ୍ୟବ୍ୟାପୀ ସାମ୍ବାଦିକ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।ଆଜି ଦିନ ଏଗାରଟା ସମୟରେ ଜଳେଶ୍ଵର ବ୍ଲକ ପରିସରରେ ଥିବା ଜାତିର ଜନକ ମାହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଜଳେଶ୍ଵର ର ସାମ୍ବାଦିକ ମାନେ ଏକତ୍ରିତ ହୋଇଥିଲେ |

କଳା ବ୍ୟାଜ ପରିଧାନ ପୂର୍ବକ ସେମାନଙ୍କ ନ୍ୟାର୍ଯ୍ୟ ଦାବି କରିଥିଲେ | ଯଥା ଭତ୍ତା,ସୁରକ୍ଷା ଓ ଅନ୍ୟାନ୍ୟ ଦାବିକୁ ସରକାର ଅବିଳମ୍ବେ ମାନି ନିଅନ୍ତୁ ବୋଲି ଦାବି କରିଥିଲେ। ଉତ୍କଳ ସାମ୍ବାଦିକ ସଂଘର ଜଳେଶ୍ଵର ବ୍ଲକ ଶାଖାର ସଂଯୋଜକ ମନୋଜ କୁମାର ଭୂୟାଁ ଙ୍କ ନେତୃତ୍ବରେ ସଙ୍ଗଠିତ ଏହି ଆନ୍ଦୋଳନରେ ବରିଷ୍ଠ ସାମ୍ବାଦିକ ଅମର ଆଚାର୍ଯ୍ୟ,ରବି ନାରାୟଣ ପାତ୍ର,ଅର୍ଜୁନ ସିଂହ,ଗୋପବନ୍ଧୁ ସାହୁ,ଦୀନବନ୍ଧୁ ପ୍ରଧାନ,ରାଜେଶ ପ୍ରଧାନ ଯୋଗଦେଇ ଥିଲେ |

ବିନୟ ପ୍ରଧାନ,ଗୌର ଗୋପାଳ ସେଣ,ବିଶ୍ବଜିତ ଧଳ,ସୁବ୍ରତ ଘୋଷ,ଆଲୋକ ଘଡେଇ,ଆଶିଷ ଗିରି,ଭୂପତି ପରିଡା,ଅଶ୍ବିନୀ ନାଥ,ଭୋଳାନାଥ ସିଂହ,ସତ୍ୟବ୍ରତ ସୋମ,ଦୁର୍ଗା ଶଙ୍କର ଗିରି,ଅଶୃମୋଚନ ଘୋଷ,ନବୀନ କୁମାର ସାହୁ,ସତ୍ୟବ୍ରତ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ।ଖୁବଶୀଘ୍ର ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ।

Leave A Reply

Your email address will not be published.