ରାଜ୍ୟରେ ପୁଣି ବଢିଲା ତାତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ପୁଣି ବଢିଲା ତାତି । ଶୁକ୍ରବାର ରାଜ୍ୟରେ ୩୯.୫ ଡିଗ୍ରୀ ସହ ବୌଦ୍ଧ ଥିଲା ସବୁଠାରୁ ଉତ୍ତପ୍ତ ସହର। ମାଲକାନଗିରିରେ ତାପମାତ୍ରା ୩୮.୮ ରହିଥିବା ବେଳେ ଝାରସୁଗୁଡ଼ାରେ ୩୮.୭ ରହିଥିଲା ପାରଦ।

ରାଜ୍ୟର ପ୍ରାୟ ୩୯ ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା |  ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତନ ହେବ ନାହିଁ। ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦିନର ତାପମାତ୍ରା ୩୪ରୁ ୩୬ ଡିଗ୍ରି ଓ ଅଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଦିନ ତାପମାତ୍ରା ୩୭ରୁ ୩୯ ଡିଗ୍ରି ମଧ୍ୟରେ ରହିବ। ସେପଟେ ତାତି ବଢିଥିଲେ ବି କାଳବୈଶାଖୀ ପ୍ରଭାବରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଗଞ୍ଜାମ , ଗଜପତି, ରାୟଗଡା , କନ୍ଧମାଳ, ଭଦ୍ରକ , ବାଲେଶ୍ବର , କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

ତେବେ ପରବର୍ତୀ ୩ରୁ ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରି ତଳକୁ ଖସିବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପାଣିପାଗ କେନ୍ଦ୍ର ଆକଳନକୁ ଦୃଷ୍ଟିରେ ରଖି ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବିଭିନ୍ନ ଜିଲ୍ଲା ପାଇଁ ଏସ୍‌ଆରସିଙ୍କ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଶନିବାର ସକାଳ ସୁଦ୍ଧା ଉପକୂଳ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ସହ ବଜ୍ରପାତ ହୋଇପାରେ।

Leave A Reply

Your email address will not be published.