ବିଶ୍ଵ ଖାଉଟି ଦିବସ ଉପଲକ୍ଷେ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସଦଭାବନା ସଭାଗୃହ ଠାରେ ବିଶ୍ଵ ଖାଉଟି ଦିବସ ଉପଲକ୍ଷେ ଉପୋଭକ୍ତା ଓକିଲାତି ସଂଘ ବାର୍ଡ ଭାରତ ସରକାରଙ୍କ ଟ୍ରାଇ ସହଯୋଗରେ ଏକ ଦିନିକିଆ ସାଇବର ନିରାପତା ଟେଲିକମ ଗ୍ରାହକ ଅଧିକାର ଓ ଅଭିଯୋଗ ସମ୍ଭନ୍ଧୀୟ କର୍ମଶାଳାକୁ ମୁଖ୍ୟ ଅତିଥିରୂପେ କୋରାପୁଟର ଶିଶୁ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତି ସାବିତ୍ରୀ ପ୍ରଭା ସାହୁ ଉଦଘାଟନ କରିଥିଲେ | ଗ୍ରାମ ଅଞ୍ଚଳର ଶତକଡା ୯୫ ଭାଗ ଟେଲିକମ, ମୋବାଇଲ, ଇନ୍ଟାରନେଟ ଗ୍ରାହକ ବହୁଳ ମାତ୍ରାରେ ବ୍ୟବହାର କରନ୍ତି କିନ୍ତୁ ଟେଲିକମ ଗ୍ରାହକ ସେମାନେ ସେମାନଙ୍କ ଅଧିକାର ଉପରେ ସଚେତନତା ନୁହନ୍ତି ବୋଲି କର୍ମଶାଳାରେ ସଭାପତିତ୍ଵ କରୁଥିବା ଆଇନଜୀବି ତଥା ଜିଲ୍ଲା ପ୍ରେସ ମିଡିଆ ସଭାପତି ଭବାନୀ ଶଙ୍କର ମିଶ୍ର, କ୍ଷୋଭ ପ୍ରକାଶ କରିଥିଲେ | ଗ୍ରାମ ସ୍ତରରେ ସଚେତନ କାର୍ଯ୍ୟକ୍ରମ କରିବା ମତ ରଖିଥିଲେ |

ଆୟୋଜନ କାରୀ ବାର୍ଡ ମୁଖ୍ୟ ପ୍ରକାଶ ଚନ୍ଦ୍ର ସାହୁ ମୋବାଇଲ ଟାୱାରର ବିକରଣ ଅଡିଟ ଓ ପ୍ରତ୍ୟକ ଟେଲିକମ କମ୍ପାନୀ ମାନେ ଟ୍ରାଇ ନିୟମ କାନୁନ ମାନିବା ଓ ଗୁଣବତ୍ତା ସେବା , ସମୟନୁବର୍ତ୍ତିତା ରେ ଅଭିଯୋଗର ସମାଧାନ କରିବାପାଇଁ ପରାମର୍ଶ ଦେଇଥିଲେ ପାୱାର ପୟେନ୍ଟ ମାଧ୍ୟମରେ ସାଇବାର ନିରାପାତ ଓ ଗ୍ରାହକ ମାନେ କିପରି ସେମାନଙ୍କ ଅଭିଯୋଗ କରିପାରିବେ ସେହି ବ୍ୟବସ୍ତା ଉପରେ ଉପସ୍ଥିତ ଖାଉଟିକୁ ତାଲିମ ପ୍ରଦାନ କରିଥିଲେ | ଅପହଞ୍ଚ ଅଞ୍ଚଳ ଆଜିସୁଧା କୋରାପୁଟ ବ୍ଲକର ଡୁମୁରିପଦର, ଲଙ୍କାପୁଟ,କେନ୍ଦାର ପଂଚାୟତ ସହ ଦଶମନ୍ତପୁର ବ୍ଲକର ଗୀର୍ଲିଗୁମା, ପଂଚାୟତର ଗୌଡଗୁଡା,ନନ୍ଦି ଗାଁ ପଂଚାୟତର ଡମ୍ବ ସୁଜୁଲି,ଜୟପୁର ବ୍ଲକର ରIଣିଗଡ ପଂଚାୟତର ଡଙ୍ଗରକୋଟି, ବୋରୀଗୁମ ବ୍ଲକର ହରିଡାଗୁଡା ପଂଚାୟତର ଚାନ୍ଦୋବେଡା ଟେଲିକମ ସେବା ନାହିଁ ସେଠି ଟାୱାର ସ୍ଥାପନ କରାଯିବା ଓ ବିଭିନ୍ନ ଅଞ୍ଚଳରେ ଟେଲିକମ୍ପାନିଙ୍କ ସେବା ସମ୍ପୂର୍ଣ ବିପର୍ଯ୍ୟୟ ତାହାର ସମାଧାନ କରିବା ଟିଏସପିଙ୍କ ସମ୍ପୂର୍ଣ ଦାୟିତ୍ଵ ଖିଲାପକଲେ ଟ୍ରାଇ ନିୟମନୁସାର ପର୍ଯ୍ୟାପ୍ତ ପରିମାଣ ଅର୍ଥଦଣ୍ଡ ସହ ଲାଇସେନ୍ସ ରଦ୍ଦ କରIଯିବା କଡାକଡି ନିୟମ ଥିବା ଖାଉଟିକର୍ମୀ ସୁଦାମ ଡାକୁଆ ମତପ୍ରକାଶ କରିଥିଲେ |

ବିଶେଷ ସୂତ୍ରରୁ ତଥ୍ୟ ଅନୁସାରେ ବର୍ତମାନ ଦେଶରେ ମୋବାଇଲ ଗ୍ରାହକ ୧୫୧ କୋଟି ଜନଗଣନା ସାମଞ୍ଜସ୍ୟ ସହ, ୪୫୯ ନିୟୁତ ସ୍ମାର୍ଟଫୋନ ବ୍ୟବହାରକାରୀ, ୪୮୭ ନିୟୁତ ୱାଟସ ଆପ ଗ୍ରାହକ,୨୪୦ ନିୟୁତ ଫେସବୂକ ଗ୍ରାହକ,୨୧୦ ନିୟୁତ ଇନଷ୍ଟାଗ୍ରାମ ଗ୍ରାହକ , ୭କୋଟି ଡ଼ିଟିଏଚ ଗ୍ରାହକ, ୧୪୦କୋଟି ଇନ୍ଟାରନେଟ ଗ୍ରାହକ ଅଛନ୍ତି ଓ ଯୁବପିଡି ଓ ସାଧାରଣ ଲୋକେ ଦିନକୁ ୪ରୁ୫ ଘଣ୍ଟା ଏସବୁ ସେବା ନେଇଥାନ୍ତି ଯାହା ବିଶାଳ ବଜାର ଆମ ଦେଶରେ ସୃଷ୍ଟି କରି ଅଛି ଦୁର୍ଭାଗ୍ୟ ବିଷୟ ଶତକଡା ୯୦ ଭାଗ ଟେଲିକମ ଗ୍ରାହକ ପୀଡିତ ହେବା ସୂଚନା ପ୍ରକାଶ ପାଇଛି ଏ ସବୁର କାରଣ କମ୍ପାନିମାନେ ଜାଣିଶୁଣି ଅଭିଯୋଗ ପ୍ରଣାଳୀ ସରଳି କରଣ କରନ୍ତି ନାହିଁ ଯଦ୍ଵାରା କମ୍ପାନୀ ତାହାର ସୁଯୋଗ ନେଇ ଗ୍ରାହକକୁ ଦିବାରାତ୍ରୀ ଲୁଟୁଛନ୍ତି ବିଶେଷ କରି ସିମ ଅକଟିବାସେନ କଲାବେଳେ ଇଂରାଜୀ ଭାଷାରେ ଟର୍ମ କଣ୍ଡିସନ ,ବହୁତ ଛୋଟ ଅକ୍ଷରରେ ଲେଖିଥାନ୍ତି ,ଭାଷାଭିତିକ ରାଜ୍ୟ ଓଡିଶା ହୋଇଥିବା ହେତୁ ଗ୍ରାହକ ମାନେ ଠକାମିର ଶିକାର ହୋଇଥାନ୍ତି |

ଆଦିବାସୀ ଅଧୁସିତ, ଅପ୍ରାନ୍ତ, ଅପହଞ୍ଚ କୋରାପୁଟ ଜିଲ୍ଲା ଥିବା ଦ୍ରୁଷ୍ଟିରୁ ସରକାରଙ୍କ କଡା ନିସ୍ପତି ଥିଲେ ବି ଟେଲିକମ କମ୍ପIନୀ ମାନେ ଅଣଦେଖା କରିବା, ନେଟୱର୍କ ସମସ୍ଯା, ଇନ୍ଟାରନେଟ ଧିମୀଗତି ଚାଲିବା,ଫେକ ମେସେଜ, ନ୍ୟୁନମାନ ସେବା, ରିଚାର୍ଜ ପୂର୍ବରୁ ବାରମ୍ବାର କଲ ଆସିବା, ନୋଡାଲ ଓ ଅପଲଟେ ଅଧିକାରୀଙ୍କ ତଥ୍ୟ ସାର୍ବଜନୀକ ନକରିବା, ଟ୍ରାଇର ଭ୍ଯାଲିଡିଟି ୨୮ ରୁ ୩୦ଦିନ ନିୟମ କଲେବି ଟେଲିକମ କମ୍ପIନୀ ଆଜିସୁଧା କାର୍ଯ୍ୟକ୍ଷମ ନକରିବା, ମନମନି ଚାଲିଛି ଓ ଦୈନନ୍ଦିନ ସାଇବର କ୍ରାଇମ ବଢିବାର ଲାଗିଛି ଏସବୁର କାରଣ ବୋଲି ଯାହା ସଭାରେ ଦୃଢ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା | କୋଣ ଅନୁକୋଣ ଅଞ୍ଚଳରୁ ବହୁ ସ୍ଵୟଂ ସହାୟକ ଦଳ, ମହିଳା ଗଣ ପ୍ରତିନିଧି, ଭିନ୍ନକ୍ଷମ ବୃନ୍ଦ, ଅଙ୍ଗନାବାଡି ବହୁସଂଖ୍ୟାରେ ଯୋଗଦାନ କରିଲେ |

Leave A Reply

Your email address will not be published.