ଗ୍ରାମର ସିଆରପି ଚୟନରେ ଅନିୟମିତତା ନେଇ ଆମରଣ ଅନଶନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ମଧୁପୁରା ପଞ୍ଚାୟତର ଖଗଡାପାଳ ଗ୍ରାମର ସିଆରପି ଚୟନରେ ଅନିୟମିତତା ହୋଇଥିବା ଦାବୀ କରି ଆବେଦନ କାରୀ ସୁନିତା ସାହୁ ଶୁକ୍ରବାର ପୂର୍ବାହ୍ନ ୧୦ଟା ଠାରୁ ବାଲିଆପାଳ ବିଡ଼ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ।

ବାଲିଆପାଳ ବିଡିଓ ବିନୋଦ ଚନ୍ଦ୍ର ପଣ୍ଡା ଅପରାହ୍ନ ରେ ଅନିୟମିତତାର ତଦନ୍ତ କରି ସୁନିତା ସାହୁ ଙ୍କୁ ନିଯୁକ୍ତ ପତ୍ର ପ୍ରଦାନ ପରେ ସୁନୀତା ଅମାରଣ ଅନଶନ ଭଙ୍ଗୀ ଥିଲେ। ସୁନିତା ସାହୁଙ୍କ କହିବା ଅନୁସାରେ ଖଗଡାପାଳ ସିଆରପି ନିଯୁକ୍ତି ପାଇଁ ମିଶନ ଶକ୍ତି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସେ ଆବେଦନ କରିଥିଲେ।

ମାତ୍ର ତାଙ୍କୁ କୌଣସି ସୂଚନା ନ ଦେଇ ଅନ୍ୟ ଜଣେ ମହିଳାଙ୍କୁ ନିଯୁକ୍ତି ଦିଆଯାଇଛି।ଏ ବିଷୟରେ ବିଡ଼ିଓଙ୍କୁ ବାରମ୍ବାର ଜଣାଇବା ପରେ କୌଣସି ସୁଫଳ ନମିଳିବାରୁ ଆମରଣ ଅନଶନରେ ବସିଥିଲେ । ବାଲିଆପାଳ ବିଡିଓ ଶ୍ରୀ ପଣ୍ଡା ଉକ୍ତ ନିଯୁକ୍ତ ତଦନ୍ତ କରି ସୁନିତା ସାହୁଙ୍କୁ ନିଯୁକ୍ତ ପାତ୍ର ପ୍ରଦାନ କରିଛନ୍ତି ବୋଲି କହିଛନ୍ତି।

Leave A Reply

Your email address will not be published.