ରାସ୍ତା ପାର ବେଳେ ଟ୍ରକ ନେଲା ଜୀବନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାସ୍ତା ପାର ବେଳେ ଟ୍ରକ ନେଲା ଜୀବନ | ଆଉ ଚାଲିଗଲା ଦମ୍ପତିଙ୍କ ଜୀବନ | ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର |  ଭୁବନେଶ୍ୱର ସ୍ଥିତ ପଳାଶୁଣି ଛକରେ ମର୍ମନ୍ତୁଦ ସଡ଼କ ଆଜି ସକାଳେ ଦୁର୍ଘଟଣା ଘଟିଛି। ରାସ୍ତା ପାରି ହେଉଥିବା ବେଳେ ୨ଜଣଙ୍କ ଉପରେ ମାଡ଼ିଗଲା ଟ୍ରକ୍‌।

ପରେ ଟ୍ରକ୍‌ଟି ସେମାନଙ୍କୁ ଧକ୍କା ଦେଇ ୫୦୦ ମିଟର ଘୋଷାଡ଼ି ନେଇଥିବା ଜଣାପଡ଼ିଛି |ପଳାଶୁଣୀଠାରେ ଦୁଇ ପୁରୁଷ ଓ ମହିଳା ରାସ୍ତା ପାରି ହେଉଥିବାବେଳେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଏପରିକି ଗାଡ଼ିର ବେଗ ଏତେ ଅଧିକ ଥିଲା ଯେ ଦୁର୍ଘଟଣା ପରେ ନ ରୋକି ଉକ୍ତ ବ୍ୟକ୍ତି ଜଣଙ୍କୁ ପଳାଶୁଣୀରୁ ସତ୍ୟବିହାର ଯାଏଁ ଘୋଷାଡ଼ି ନେଇଥିଲା। ଫଳରେ ଦୁହିଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଉଭୟେ ଦମ୍ପତି ବୋଲି ଜଣାଯାଇଛି।

ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତରସେମାନଙ୍କୁ ମୃତ ଘୋଷଣା କରିଥିଲେ। ମଞ୍ଚେଶ୍ୱରେ ଥାନା ପୁଲିସ ପହଞ୍ଚି ମୃତଦେହକୁ ଜବତ କରି କ୍ୟାପିଟାଲ ହସପିଟାଲକୁ ପଠାଇଛିସ ଓ ଘଟଣା ତଦନ୍ତ କରୁଛି। ଉକ୍ତ ଟ୍ରକ୍ ଟି ଭୁବନେଶ୍ୱରରୁ କଟକ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ଦୁଇ ମୃତକଙ୍କ ଘର ସୋନପୁରରେ ବୋଲି ଜଣାଯାଇଛି।

Leave A Reply

Your email address will not be published.