ରୁବେଲା ଭାଇରସକୁ ନେଇ ଗର୍ଭବତୀମାନଙ୍କୁ ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରୁବେଲା ଭାଇରସକୁ ନେଇ ଗର୍ଭବତୀମାନଙ୍କୁ ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ସେ କହିଛନ୍ତି ଗର୍ଭବତୀ ମହିଳାଙ୍କ ଠାରେ ରୁବେଲା ହେଲେ ସେମାନଙ୍କ ସନ୍ତାନଙ୍କ କ୍ଷେତ୍ରରେ ମଧ୍ୟ ଜନ୍ମରୁ ଏହି ଭାଇରସ ଦେଖା ଦେଇଥାଏ। ତେଣୁ ଗର୍ଭବତୀ ମହିଳାଙ୍କ ଶରୀରରେ ରାସେସ ଦେଖାଗଲେ ଅବା ସେମାନଙ୍କୁ ଜ୍ୱର ହେଲେ ତୁରନ୍ତ ଟେଷ୍ଟିଂ କରାନ୍ତୁ।

ନବରଙ୍ଗପୁରର ଦୁଇଟି ବ୍ଲକରେ ୧୮ ରୋଗୀଙ୍କ ଦେହରେ ଜ୍ୱର ଓ ରାସେସ ଲକ୍ଷଣ ଥିଲା। ଏହି ରୋଗୀ ମାନେ ତେନ୍ତୁଳୀଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକର। ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି, “ନବରଙ୍ଗପୁର ଜିଲ୍ଲାର ତେନ୍ତୁଳୀଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକର ସମସ୍ତ ରୋଗୀଙ୍କ ଟେଷ୍ଟିଂ କରାଯାଇଥିଲା। ଦୁଇଟି ବ୍ଲକରେ ୧୮ ଜଣଙ୍କ ଦେହରେ ଜ୍ୱର ଓ ରାସେସ ଲକ୍ଷଣ ରହିଥିଲା । ବର୍ତ୍ତମାନ ସୁଦ୍ଧା ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଏହାକୁ ନେଇ ଭୟଭିତ କି ଆତଙ୍କିତ ହୁଅନ୍ତୁ ନାହିଁ ।

ସ୍ୱାସ୍ଥ୍ୟ ବିଭାଗର ଆରଆରଟି ଟିମ ଘଟଣାସ୍ଥଳକୁ ଯାଇ ସର୍ଭିଲାନ୍ସ କରୁଛନ୍ତି । ଇମ୍ମୁନାଇଜେସନକୁ ବିଶେଷ ଭାବରେ ଗୁରୁତ୍ଵ ଦିଆଯାଉଛି । ବିଶେଷ କରି ବର୍ତ୍ତମାନ ସୁଦ୍ଧା ୧ ବର୍ଷ, ୬ ବର୍ଷ ଏବଂ ୮ ବର୍ଷ ପିଲାଙ୍କ ଭିତରେ ଏହି ଭାଇରସ ବଢ଼ୁଥିବା ଦେଖାଯାଉଛି । ତେବେ ଏନେଇ ସେମାନଙ୍କୁ ଅଧିକ ଗୁରୁତ୍ଵ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ରବେଲାକୁ ନେଇ କୌଣସି ନୂଆ ମାମଲା ସାମ୍ନାକୁ ଆସି ନାହିଁ । ସମସ୍ତେ ସୁସ୍ଥ ଅଛନ୍ତି । ମୋଟ୍ ୧୮ ଟି ସମ୍ପଲରୁ ୨ ଜଣ ରୁବେଲା ପଜିଟିଭ ଓ ଜଣେ ମିଳିମିଳା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ସ୍ଥିତି ସ୍ୱାଭାବିକ ରହିଛି ।”

Leave A Reply

Your email address will not be published.