ଭୋପାଳ ସଚିବାଳୟରେ ଭୟାଭହ ଅଗ୍ନିକାଣ୍ଡ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମଧ୍ୟପ୍ରଦେଶର ରାଜଧାନୀ ଭୋପାଳସ୍ଥିତ ସଚିବାଳୟରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଲାଗିଛି।ଶନିବାର ସକାଳେ ସଚିବାଳୟ ଭବନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ସୂଚନା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁ ଲିଭାଇବାକୁ ପ୍ରୟାସ ଜାରି ରଖିଛନ୍ତି ।

ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ଭୋପାଳର ବଲ୍ଲଭ ଭବନ ପୁରୁଣା ବିଲି୍ଡଂର ତୃତୀୟ ମହଲାରେ ନିଆଁ ଲାଗିବା ମାତ୍ରେ ପୁଲିସ ଏବଂ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ କରିଛନ୍ତି । ଘଟଣାର ତଦନ୍ତ କରି ବିସ୍ତୁତ ରିପୋର୍ଟ ଦେବାକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସଚିବାଳୟର ଚତୁର୍ଥ ମହଲାରେ ଏହି ନିଆଁ ଲାଗିଛି। ଏହି ବିଲ୍ଡିଂ ବଲ୍ଲଭ ଭବନ ନାମରେ ନାମିତ। ଏହି ବିଲ୍ଡିଂରେ ମଧ୍ୟପ୍ରଦେଶର ସଚିବାଳୟ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବି ଅବସ୍ଥିତ । ଶନିବାର ସକାଳେ ସଚିବାଳୟ ଭବନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା ।

ସୂଚନା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁ ଲିଭାଇବାକୁ ପ୍ରୟାସ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ଭୋପାଳର ବଲ୍ଲଭ ଭବନ ପୁରୁଣା ବିଲି୍ଡଂର ତୃତୀୟ ମହଲାରେ ନିଆଁ ଲାଗିବା ମାତ୍ରେ ପୁଲିସ ଏବଂ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ କରିଛନ୍ତି । ଘଟଣାର ତଦନ୍ତ କରି ବିସ୍ତୁତ ରିପୋର୍ଟ ଦେବାକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳି ନ ଥିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ଜଳି ପାଉଁଶ ହୋଇ ଯାଇଥିବା ଜଣାଯାଇଛି। ଘଟଣାସ୍ଥଳରେ ସେନା ବାହିନୀର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ଅଗ୍ନିକାଣ୍ଡର କାରଣ ଏଯାଏ ଜଣାପଡ଼ିନି।

Leave A Reply

Your email address will not be published.