ବିଶ୍ୱ କିଡନୀ ଦିବସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରତିବର୍ଷ କିଡନୀ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରତିଟି ମଣିଷ ଚାହେଁ ସେ ସୁସ୍ଥ ଓ ଖୁସି ରହୁ। ସେଥିଲାଗି ଅନେକ ସମସୟରେ ଆମ ଶରୀରରେ ଦେଖାଦେଉଥିବା ସମସ୍ୟା ଯୋଗୁଁ ଅନେକ ସମସ୍ୟା ଆସିଥାଏ। ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରୁ କିଡନୀ ବା ବୃକକ ଅନ୍ୟତମ। ଏହା ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସନ କରି ସୁସ୍ଥ ରଖିବାର କାର୍ଯ୍ୟକରେ। କିନ୍ତୁ ବର୍ତ୍ତମାନର ଜୀବନଶୈଳୀ କିଡନୀ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଉଛି।

ଅନେକ ଲୋକ ଯତ୍ନ ନେଉନଥିବାରୁ ସେମାନଙ୍କ କିଡନୀ ନଷ୍ଟ ହୋଇଯାଉଛି, ଫଳରେ ଅକାଳନରେ ଜୀବନ ଚାଲିଯାଉଛି। ୨୦୦୬ ମସିହାରେ, ୬ଟି ଦେଶ ବିଶ୍ୱ କିଡନୀ ଦିବସ ପାଳନ ଆରମ୍ଭ କରିଥିଲେ। ଦୁଇ ବର୍ଷ ମଧ୍ୟରେ ୬୬ ଦେଶ ସଂଖ୍ୟା ୮୮କୁ ବୃଦ୍ଧି ପାଇଥିଲା। ଏହି ଦିବସ ପାଳନ ଇଣ୍ଟରନ୍ୟାସନାଲ୍ ସୋସାଇଟି ଅଫ୍ ନେଫ୍ରୋଲୋଜି  ଏବଂ ଇଣ୍ଟରନ୍ୟାସନାଲ୍ ଫେଡେରେସନ୍ ଅଫ୍ କିଡନୀ ଫାଉଣ୍ଡେସନ ର ମିଳିତ ପଦକ୍ଷେପ। ଯାହାର ଉଦ୍ଦେଶ୍ୟ ଥିଲା କିଡନୀ ବାବଦରେ ସଚେତନତା ବୃଦ୍ଧି କରିବା।

ପ୍ରତିବର୍ଷ ଏକ ଥିମ୍ ବା ବିଷୟବସ୍ତୁ ଆଧାରରେ ବିଶ୍ୱ କିଡନୀ ଦିବସ ପାଳନ କରାଯାଏ। ଚଳିତ ବର୍ଷର ଥିମ୍ ରଖାଯାଇଛି “ସମସ୍ତଙ୍କ ପାଇଁ କିଡନୀ ସ୍ୱାସ୍ଥ୍ୟ – ଯତ୍ନ ଏବଂ ଉପଯୁକ୍ତ ଔଷଧ ଅଭ୍ୟାସରେ ଚିକିତ୍ସାକୁ ଅଗ୍ରଗତି କରିବା।” ବିଶ୍ୱ କିଡନୀ ଦିବସରେ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ କିଡନୀ ସମ୍ବନ୍ଧୀୟ ରୋଗ ଏବଂ ଏହାକୁ ସୁସ୍ଥ ରଖିବା ପାଇଁ ପଦ୍ଧତି ଓ ଖାଦ୍ୟ ବିଷୟରେ ଅବଗତ କରାଯାଏ। ଏପରି ପ୍ରୟାସ ମାଧ୍ୟମରେ ଦ୍ରୁତ ଗତିରେ ବଢୁଥିବା କିଡନୀ ସମସ୍ୟାକୁ ରୋକିବା ଲକ୍ଷ୍ୟ।

Leave A Reply

Your email address will not be published.