ଆସାମ ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦୁଇ ଦିନିଆ ଆସାମ ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଆଜି ସକାଳେ ମୋଦି ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଏକ ଜଙ୍ଗଲ ସଫାରିରେ ପରିଭ୍ରମଣ କରିଥିଲେ । ହାତୀ ଉପରେ ବସି କିଛି ସମୟ ହାତୀ ସଫାରୀରେ ବୁଲିଥିଲେ ପ୍ରଧାନମନ୍ତ୍ରୀ । UNESCO ମାନ୍ୟତା ପାଇଥିବା ଏହି ଉଦ୍ୟାନକୁ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଗସ୍ତ କରି ପ୍ରାୟ ଦୁଇ ଘଣ୍ଟା ବିତାଇଥିଲେ । ଏହି ଯାତ୍ରା ସମୟରେ ମୋଦି ‘ବନ ଦୁର୍ଗା’ର ସଦସ୍ୟ, ମହିଳା ବନ ସୁରକ୍ଷା କର୍ମୀ, ହାତୀ ମାହୁନ୍ତ ଏବଂ ଜଙ୍ଗଲ ଅଧିକାରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ ।

ହାତୀକୁ ଆଖୁ ଖୁଆଇଥିଲେ । କାଜିରଙ୍ଗା ଅଭୟାରଣ୍ୟରେ ପ୍ରାୟ ଦୁଇ ଘଣ୍ଟା ରହିଥିଲେ ।କାଜିରଙ୍ଗା ଜାତୀୟ ଉଦ୍ୟନ ବୁଲିବା ବେଳେ ମୋଦି ହାତୀ ପିଠିରେ ବସିଥିଲେ । ହାତୀ ପିଠିରେ ବସି ପୁରା ଉଦ୍ୟାନ ବୁଲିଥିଲେ । ଏହାପରେ ଏକ ଜିପରେ ମଧ୍ୟ ବୁଲିଥିଲେ । ହାତରେ ଏକ କ୍ୟାମେରା ଧରି ଫଟୋ ଉତ୍ତୋଳନ ମଧ୍ୟ କରୁଥିବା ନଜର ଆସିଥିଲେ । ଏହି ସମୟରେ ସ୍ବତନ୍ତ୍ର ପୋଷାକରେ ନଜର ଆସିଥିଲେ ପ୍ରଧାନମନ୍ତ୍ରୀ । । ଗତକାଲିଠାରୁ ମୋଦି କାଜିରଙ୍ଗା ଜାତୀୟ ଉଦ୍ୟାନରେ ରହିଥିଲେ । ଆସାମ ଗସ୍ତ ପରେ ମୋଦି ଅରୁଣାଚଳ ପ୍ରଦେଶ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ।

ସୋସିଆଲ ମିଡିଆ ସାଇଟ X ରେ ପ୍ରଧାନମନ୍ତ୍ରୀ ଏ ବିଷୟରେ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ୟୁନେସ୍କୋର ଏହି ବିଶ୍ୱ ଐତିହ୍ୟସ୍ଥଳ ବିଭିନ୍ନ ପ୍ରକାର ଉଦ୍ଭିଦ ଓ ଜୀବଜନ୍ତୁରେ ପରିପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ପାର୍କର ସେଣ୍ଟ୍ରାଲ କୋହୋରା ରେଞ୍ଜରେ ଥିବା ମିହିମୁଖ ଅଞ୍ଚଳରେ ହାତୀ ସଫାରି ନେଇଥିଲେ ପରେ ପରେ ସମାନ ପରିସର ମଧ୍ୟରେ ଜିପରେ ମଧ୍ୟ ସଫାରି କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ପାର୍କ ନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ ।

Leave A Reply

Your email address will not be published.