ଶ୍ରୀଜନ୍ନାଥଙ୍କ ପାଖରେ କେତେ ପ୍ରକାରର ପଖାଳ ଲାଗି ହୁଏ ?

0

ଓଡ଼ିଆ ନ୍ୟୁଜ, ପୁରୀ : କୋଟି ଓଡିଆଙ୍କ ମଉଡମଣି ବା ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପାଖରେ ଲାଗି ହୁଏ ଛପନ ଭୋଗ । ଯଦିଓ ସେ ରାଜା ପୁଅ, ରାଜଧିରାଜ ରଜେଶ୍ୱର କମ୍ଭୁକଟକର ମାଉଡମଣି ତେଣୁ ସେ ସୁନାର ଥାଳିରେ ଖାଇଥାନ୍ତି ଏଵଂ ତାହା ସହ ରତ୍ନ ସିଂହାସନ ବା ରତ୍ନ ବେଦୀ ରେ ଶୟନ କରିଥାନ୍ତି । ଯେହେତୁ ଜଗତର ନାଥ ଶ୍ରୀ ଜଗନ୍ନାଥ ଉତ୍କଳର ବା ଆମ ଓଡ଼ିଆଙ୍କ ମାଉଡମଣୀ, ଆଉ ଓଡ଼ିଆ ଙ୍କ ପ୍ରିୟ ଖାଦ୍ୟ ପଖାଳ ତେଣୁ ମହାପ୍ରଭୁ ପଖାଳ ଖାଇଥାଆନ୍ତି ।

ଆମେ ମାନେ ସାଧାରଣତଃ ଭାତରେ ପାଣି ପୁରେଇକି ପଖାଳ କରିକି ଖାଇଥାଉ କିନ୍ତୁ ମହାପ୍ରଭୁଙ୍କ ପଖାଳ ନିଆରା । ଆଉ ପଖାଳରେ ରହିଛି ବଡ଼ ରହସ୍ୟ ! କାଳିଆ ସାଆନ୍ତେଙ୍କ ବିଭିନ୍ନ ପ୍ରକାର ପଖାଳ ଖାଇଥାଆନ୍ତି । ଯେପରିକି ସୁଭସିତ ପଖାଳ, ଡବା ପଖାଳ, ଚିପୁଡ଼ା ପଖାଳ, ମଲ୍ଲି ଫୁଲ ପଖାଳ, ଘି ପଖାଳ ଏଵଂ ଦହି ପଖାଳ ଏମିତି ଅନେକ ପ୍ରକାର ପଖାଳ ମହାପ୍ରଭୁ ଖାଇଥାଆନ୍ତି । ସାଧାରଣତଃ ଆମେ ଦ୍ୱିପ୍ରହର ସମୟରେ ପଖାଳ ଖାଇଥାଉ କିନ୍ତୁ କାଳିଆ ସାଆନ୍ତ ରାତ୍ର ସମୟରେ ଶୟନ ପୂର୍ବରୁ ପଖାଳ ସେବନ କରିଥାନ୍ତି ।

ସେଥିପାଇଁ ସନ୍ଧ୍ୟା ଧୂପରେ ମାଟି ନିର୍ମିତ ପଖାଳ ଓଳିରେ ପଖାଳ ଭୋଗ ଲାଗି ହୋଇଥାଏ । ଯେଉଁଥିରେ କେବଳ ଆନୁସଙ୍ଗିକ ଦ୍ରବ୍ୟ ହିସାବରେ ଅଦା, ଲୁଣ ଏବଂ ଜିରା ପଡ଼ିଥାଏ। ତେଣୁ ଏହି ଯେଉଁ ପଖାଳ ଛପନ ଭୋଗ ଖାଇଲେ ମଧ୍ୟ ତୃପ୍ତି ମିଳିନଥାଏ ସେହି ଗରିବଙ୍କ ଖାଦ୍ୟ ବା ଓଡ଼ିଆ ଙ୍କ ପ୍ରିୟ ଖାଦ୍ୟ ପଖାଳକୁ ସେବନ କରନ୍ତି ମହାପ୍ରଭୁ।

Leave A Reply

Your email address will not be published.