ରଘୁବର ଓଡିଶାର ନୂଆ ରାଜ୍ୟପାଳ

0

ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଦାୟିତ୍ୱ ନେବେ ରଘୁବର ଦାସ । ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବାବେଳେ ରଘୁବର ଦାସ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇବେ । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ହେଉଛନ୍ତି ରଘୁବର ଦାସ ।

ସେ ୫ ଥର ନିର୍ବାଚିତ ହୋଇଛନ୍ତି । ରଘୁବର ଦାସ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ । ପ୍ରଥମ ଅଣଆଦିବାସୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ରଘୁବର । ୨୦୧୪ରୁ ୨୦୧୯ ଯାଏଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି ରଘୁବର ଦାସ । ରଘୁବର ବର୍ତ୍ତମାନ ରାଜ୍ୟପାଳ ଥିବା ଗଣେଶୀ ଲାଲଙ୍କ ସ୍ଥାନ ନେବେ। ରଘୁବର ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।ସେହିପରି ଇନ୍ଦ୍ରସେନ ରେଡ୍ଡୀ ଲାଲୁଙ୍କୁ ତ୍ରିପୁରା ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। 1955 ମସିହା ମେ ୩ରେ ଅବିଭକ୍ତ ବିହାରରେ ଜନ୍ମଗ୍ରହଣ କରିଥିବା ରଘୁବର ଜାମସେଦପୁର କୋପୋରେଟିଭ୍ କଲେଜରୁ ଶିକ୍ଷାଲାଭ କରିଥିଲେ।

୧୯୮୦ ମସିହାରେ ବିଜେପିର ଗଠନ ବେଳେ ରଘୁବର ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲେ। ପୂର୍ବ ଜାମସେଦପୁର ଆସନରୁ ୧୯୯୫ରେ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହି ଆସନରୁ ସେ ୨୦୧୯ ଯାଏ କ୍ରମାଗତ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ଝାଡ଼ଖଣ୍ଡର ଉପମୁଖମନ୍ତ୍ରୀ ଦାୟିତ୍ଵ ନିର୍ବାହ କରିଥିଲେ। ୨୦୧୪ରୁ ୨୦୧୯ ଯାଏ ସେ ଝାଡ଼ଖଣ୍ଡର ଷଷ୍ଠ ତଥା ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ଝାଡ଼ଖଣ୍ଡ ବିଜେପିର ଦୁଇ ଥର ରାଜ୍ୟ ସଭାପତି ଥିଲେ। ବର୍ତ୍ତମାନ ସେ ଜାତୀୟ ବିଜେପିର ଉପସଭାପତି ପଦରେ ଅଛନ୍ତି।

Leave A Reply

Your email address will not be published.