ଓଡ଼ିଆ ନ୍ୟୁଜ୍: ଏଆଇ କ୍ୟାମେରା ଧରାଇଲା ଶିମିଳିପାଳରୁ ଶିକାରୀ। ୫ଜଣ ଶିକାରୀ ଠାବ ହୋଇଥିବାବେଳେ ବନ ବିଭାଗ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ କପ୍ତିପଦା ଅଞ୍ଚଳର ରାଜକିଶୋର ନାୟକ ଏବଂ କାଳୀଚରଣ ଦେହୁରୀ ବୋଲି ଜଣାପଡିଛି। ୫ ଜଣ ଶିକାରୀ ମାରଣାସ୍ତ୍ର ଧରି ଶିକାର ପାଇଁ ଜଙ୍ଗଲକୁ ଯାଇଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।
ଦୁଇ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି। ଖସି ପଳାଇଥିବା ୩ ଶିକାରୀଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଶିମିଳିପାଳ ଦକ୍ଷିଣ ବନଖଣ୍ଡ ଉପନିର୍ଦେଶକ। ସେମାନଙ୍କ ନିକଟରୁ ଜବତ କରାଯାଇଛି ୫ଟି ଦେଶୀ ବନ୍ଧୁକ , ଗୋଟିଏ ହରିଣ ଶିଙ୍ଘ ଏବଂ ଗୋଟିଏ ସମ୍ବର ଶିଙ୍ଘ।