ପୁଣି ବାରିପଦାରୁ ବେଆଇନ ମଦ ଜବଦ, ଜଣେ ଗିରଫ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଧାରଣ ନିର୍ବାଚନ ପୂର୍ବରୁ ବାରିପଦା ସହର ପୁଣି ବେଆଇନ ବିଦେଶୀ ମଦ ଟାଉନ ଥାନା ପୁଲିସ ଦ୍ଵାରା ଜବତ କରାଯାଇଛି। ଏଥି ସହିତ ଉକ୍ତ କାରବାରରେ ସମ୍ପୃକ୍ତ ଜଣକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ବାରିପଦା ଟାଉନ ଥାନା ଅନ୍ତର୍ଗତ ପାଲବଣି ଅଞ୍ଚଳର ବିଶ୍ଵଜିତ ଲେଙ୍କା(୫୨)।

ସୂଚନା ଅନୁଯାୟୀ, ବାରିପଦା ସହରର ବିଭିନ୍ନ ସ୍ଥାନରେ ଥିବା ହୋଟେଲ, ଢାବା ଏବଂ ଫାଷ୍ଟଫୁଡ଼ ଦୋକାନ ମାନଙ୍କରେ ବେଆଇନ ଭାବେ ମଦ ବିକ୍ରି ହେଉଥିବାର ଅଭିଯୋଗ ହେଉଥିଲା। ଏହାକୁ ନେଇ ଟାଉନ ଥାନା ଅଧିକାରୀ ସୁମିତ କୁମାର ସରେନଙ୍କ ନେତୃତ୍ବରେ ବେଆଇନ ମଦ କାରବାରକୁ ରୋକ ଦେବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ଯାହାକୁ ନେଇ ପାଲବଣି ସ୍ଥିତ ଶ୍ରମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ହୋଟେଲ ଚଢ଼ାଉ କରି ୫୦ଲିଟରରୁ ଉର୍ଦ୍ଧ୍ବ ବେଆଇନ ବିଦେଶୀ ମଦ ଜବତ କରାଯାଇଛି।

ବେଆଇନ ମଦ କାରବାରକୁ ନେଇ ବାରିପଦା ଟାଉନ ଥାନାରେ ଅବକାରୀ ଆଇନ ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ତେବେ ବାରିପଦା ସହରରେ ବେଆଇନ ମଦ କାରବାର ଜାରି ରହିଥିବା ବେଳେ ପୁଲିସ ଜବତ କରିବାରେ ସଫଳ ହେଉଛି। କିନ୍ତୁ ତାହା ଅବକାରୀ ବିଭାଗର ନଜରକୁ ଆସୁନଥିବାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave A Reply

Your email address will not be published.