ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରିପଦା ଜିଲ୍ଲାର ଝାରପୋଖରିଆ ଥାନା ଅନ୍ତର୍ଗତ ବଡଚାଟରା ଗ୍ରାମର ସ୍ବର୍ଗତ ଡମ୍ବରୁ ମହାନ୍ତଙ୍କ ପୁଅ ଗୋପାଲ ମହାନ୍ତ(୧୯)ଙ୍କୁ କିଛି ଯୁବକଙ୍କ ସଂଘବଦ୍ଧ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଯୁବକଙ୍କ କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଆଦିବାସୀ କୁଡୁମି ସମାଜ ପକ୍ଷରୁ ଏସପିଙ୍କୁ ଭେଟିଛନ୍ତି। ଘଟଣାରେ ଦୁଇ ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ମାନଙ୍କୁ ଗିରଫ କରିବାକୁ ଏସପି ଏସ ସୁଶ୍ରୀଙ୍କୁ ବାରିପଦା ସ୍ଥିତ ପୁଲିସ ମୁଖ୍ୟାଳୟରେ ବୁଧବାର ଭେଟି ଆଲୋଚନା ପୂର୍ବକ ଦାବିପତ୍ର ପ୍ରଦାନ କରିଛନ୍ତି।
ଗତ ଏପ୍ରିଲ ୨୨ତାରିଖରେ ଗୋପାଲ ମହାନ୍ତ(୧୯)ଙ୍କୁ ସଂଘବଦ୍ଧ ଆକ୍ରମଣରେ ମୃତ୍ୟୁ ହୋଇଥିଲା। ଯାହାକି ସ୍ଥାନୀୟ ଅଞ୍ଚଳରେ ସମସ୍ତଙ୍କୁ ଚକିତ କରିଥିଲା। ଏନେଇ ଗୋପାଳଙ୍କ ମାଆ ସରସ୍ଵତୀ ମହାନ୍ତ ସ୍ଥାନୀୟ ଝାରପୋଖରିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, ତାଙ୍କ ପୁଅକୁ ଏକୁଟିଆ ପାଇ ବଡ଼ଚାଟରା କେନାଲ ଛକ ନିକଟରେ କିଛି ପିଲା ସଂଘବଦ୍ଧ ହୋଇ ଭାବେ ନିସ୍ତୁକ ମାରିଥିଲେ। ସେ ଆସି କାରଣ ପଚାରିବାରୁ ତାଙ୍କୁ ମଧ୍ଯ ଅସଭ୍ୟ ଭାଷାରେ ଗାଳିଗୁଳଜ କରିବା ସହିତ ଠେଲା ପେଲା କରିବା ସମୟ ରେ ଛକ ନିକଟରେ ଥିବା ଲୋକମାନେ ମା, ପୁଅକୁ ଉଦ୍ଧାର କରିଥିଲେ। ପୁଅକୁ ମାରପିଟ କରିବା ସହିତ ତାଙ୍କୁ ଗାଳିଗୁଲଜ କରି ଜୀବନରୁ ମାରି ଦେବାର ଯୁବକ ମାନେ ଧମକ ଦେଇଥିଲେ। ସଂଘବଦ୍ଧ ଆକ୍ରମଣ ଫଳରେ ଘରକୁ ଆସିବାର କିଛି ସମୟ ପରେ ଗୋପାଳଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା।
ବାନ୍ତି ଓ ଛାତି ରେ ବହୁତ ଯନ୍ତ୍ରଣା ହେବାରୁ ସଙ୍ଗେ ସଙ୍ଗେ ତାଙ୍କୁ ଶୀର୍ଷା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ପହଞ୍ଚାଇବା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଝାରପୋଖରିଆ ପୁଲିସ ମୃତ ଦେହକୁ ଜବତ କରିବା ସହିତ ଥାନା କେଶ ନମ୍ବର ୯୫/୨୪ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ତେବେ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଅଭିଜିତ ମହାପାତ୍ର(୨୨) ଓ ବଳରାମ ରଣା(୨୮) ଦୁଇ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅନ୍ୟପକ୍ଷରେ ଅନ୍ୟ ମାନଙ୍କୁ ଗିରଫ ପାଇଁ ଦାବି ହୋଇଛି। ଉକ୍ତ ସମ୍ବେଦନଶୀଳ ଘଟଣାକୁ ପୁଲିସ ଗୁରୁତ୍ବ ସହ ନେଇ ତଦନ୍ତ କରିବାକୁ ମଧ୍ୟ ନିବେଦନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ସଭାପତି ମନୋଜ କୁମାର ମହାନ୍ତ, ଛୋଟଲାଲ ମହାନ୍ତ, ନିରଞ୍ଜନ ମହାନ୍ତ, ସଂଜୀବ ମହାନ୍ତ, ପରିକ୍ଷିତ ମହାନ୍ତ, ମନୋରଂଜନ ମହାନ୍ତ, ଧନଞ୍ଜୟ ମହାନ୍ତ, ତ୍ରିଲୋଚନ ମହାନ୍ତ, ଲକ୍ଷ୍ମୀଧର ମହାନ୍ତ, ନଳୀନ ଚନ୍ଦ୍ର ମହାନ୍ତ, ରତିକାନ୍ତ ମହାନ୍ତ, ଆଡଭୋକେଟ ବସନ୍ତ କୁମାର ମହାନ୍ତ, କୃପାସିନ୍ଧୁ ମହାନ୍ତ, ପ୍ରମୋଦ କୁମାର ମହାନ୍ତ, ଭବାନୀ ଶଙ୍କର ମହାନ୍ତ, ସ୍ନେହାଶିଷ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।