ବ୍ୟାଟିଂ କରିବାକୁ ସାଉଥ ଆଫ୍ରିକାର ନିଷ୍ପତ୍ତି

0

ଓଡ଼ିଆ ନ୍ୟୁଜ୍ : ଟସ୍‌ ଜିତି ବ୍ୟାଟିଂ କରିବାକୁ ସାଉଥ ଆଫ୍ରିକାର ନିଷ୍ପତ୍ତି।ଟି-୨୦ ବିଶ୍ବକପ୍‌ର ସୁପର ଏଇଟ୍‌ ମୁକାବିଲାରେ ସାମ୍ନାସାମ୍ନି।ଟସ୍‌ ଜିତି ବ୍ୟାଟିଂ କରିବାକୁ ସାଉଥ ଆଫ୍ରିକାର ନିଷ୍ପତ୍ତି। ଅପରିବର୍ତ୍ତିତ ଏକାଦଶ ସହ ପଡ଼ିଆକୁ ଓହ୍ଲାଇବ ଭାରତ।ଟସ୍‌ ଜିତିଥିଲେ ବ୍ୟାଟିଂ ନେଇଥାନ୍ତୁ କହିଲେ ଅଧିନାୟକ ସୂର୍ଯ୍ୟ। ବଡ଼ ସ୍କୋର ନେଇ ଆଶା ପ୍ରକଟ କଲେ ଅଧିନାୟକ ମାର୍‌କ୍ରମ।

ଗ୍ରୁପ୍ ଷ୍ଟେଜ୍‌ରେ ଭାରତର ପ୍ରଦର୍ଶନ ଭଲ ରହିଥିଲା। ଦଳ ଗୋଟିଏ ବି ମ୍ୟାଚ୍ ହାରି ନାହିଁ। ହେଲେ ବ୍ୟାଟିଂ ସମ୍ପୂର୍ଣ୍ଣ ପ୍ରଭାବଶାଳୀ ନ ଥିଲା। ଓପନର୍ ଇଶାନ କିଶାନ୍ ଦୁଇଟି ଅର୍ଦ୍ଧଶତକ ଏବଂ ୨୦୦ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ ସହିତ ଭଲ ପ୍ରଦର୍ଶନ କରିଥିଲେ ଅଭିଷେକ ଶର୍ମା ତିନିଥର ଶୂନ୍ୟରେ ଆଉଟ୍ ହୋଇଛନ୍ତି। ତିଲକ ବର୍ମାଙ୍କ ବ୍ୟାଟିଂ ମଧ୍ୟ ମନ୍ଥର ରହିଛି। ମଧ୍ୟକ୍ରମରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିବମ ଦୁବେ ଦ୍ରୁତ ରନ କରି ଦଳକୁ ସମ୍ଭାଳୁଥିବା ବେଳେ ଦୁଇ ବ୍ୟାଟରଙ୍କ ମନ୍ଥର କେଳ ଟିମ୍ ପାଇଁ ଚିନ୍ତାର କାରଣ ପାଲିଟିଛି।ଟି

-୨୦ ବିଶ୍ୱକପରେ ଭାରତର ସବୁଠାରୁ ବଡ଼ ଶକ୍ତି ହେଉଛି ଏହାର ବୋଲିଂ ପ୍ରଦର୍ଶନ। ଜସପ୍ରିତ ବୁମରାହ ଏବଂ ବରୁଣ ଚକ୍ରବର୍ତ୍ତୀ ପ୍ରତିପକ୍ଷ ଦଳର ବ୍ୟାଟରଙ୍କୁ ଘାଇଲା କରୁଛନ୍ତି। ବଡ଼ ସ୍କୋର କରିବାକୁ ଦେଉ ନାହାନ୍ତି। ଚକ୍ରବର୍ତ୍ତୀ ୪ଟି ମ୍ୟାଚରେ ୯ଟି ୱିକେଟ୍ ନେଇଛନ୍ତି। ଅନ୍ୟପକ୍ଷରେ, ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନ ଅପେରେ କ୍ୱିଣ୍ଟନ୍ ଡି କକ୍, ଡେୱାଲ୍ଡ ବ୍ରୁଇସ୍, ଟ୍ରିଷ୍ଟାନ୍ ଷ୍ଟବ୍ସ, ରିଆନ୍ ରିକେଲଟନ୍ ଏବଂ ଡେଭିଡ୍ ମିଲରଙ୍କ ଭଳି ଖତରନାକ ବ୍ୟାଟର ଅଛନ୍ତି। ଯାହା ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ପାଲଟିପାରେ।

Leave A Reply

Your email address will not be published.