ରାଜ୍ୟରେ ଅସହ୍ୟ ତାତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ରାଜ୍ୟରେ ଅସମ୍ଭାଳ ତାତି ଦେଖିବାକୁ ମିଳିଛି। ସକାଳ ସାଢ଼େ ୮ଟା ସୁଦ୍ଧା ଭଦ୍ରକ ୩୫.୬ ଡଗ୍ରି ତାପମାତ୍ରା ସହ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି।

ବାଲେଶ୍ଵରରେ ୩୫.୪, ଫୁଲବାଣୀ ୩୪.୬ , ଭୁବନେଶ୍ଵରରେ ୩୪.୪ ଡିଗ୍ରୀ, କଟକ ୩୪.୨, କେନ୍ଦୁଝର ଓ ବାରିପଦା ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ବି ସିଭିୟର ହିଟ୍‌‌ୱେଭ୍‌‌ ପାଇଁ ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଆଜି ପାଇଁ ମୟୁରଭଞ୍ଜ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୟାଗଡ, କନ୍ଧମାଳ, ବଲାଙ୍ଗିର, ଗଞ୍ଜାମ, କଳାହାଣ୍ଡି ଏବଂ ନୂଆପଡାରେ ୪୫ ଡିଗ୍ରୀ ତାପମାତ୍ରା ଛୁଇଁପାରେ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ ବିଭାଗ।

ଆଗାମୀ ୩ ଦିନ ଯାଏ ଦିନ ତାପମାତ୍ରାରେ ରାଜ୍ୟର ଅନେକ ସ୍ଥାନରେ ଆହୁରି ୨ ରୁ ୩ ଡ଼ିଗ୍ରି ଯାଏଁ  ହ୍ରାସ ପାଇବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.