ବିଶ୍ଵ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳିତ 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ବିଶ୍ଵ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ । ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର, ଶହୀଦ, ସ୍ବାଧୀନତା ସଂଗ୍ରାମୀ ମାନଙ୍କ ପ୍ରତିମୂର୍ତ୍ତି ଅଳିଆ ଆବର୍ଜନା ଓ ଅପରିଷ୍କାର ହୋଇ ବର୍ଷ ତମାମ ପଡିରହିଛି ।

ପ୍ରତିମୂର୍ତ୍ତି ଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଆମେ ମୟୂରଭଞ୍ଜିଆ ସଂଗଠନ ପକ୍ଷରୁ ୨୦୧୭ ମସିହାରୁ ଏପ୍ରିଲ ୨୧ ତାରିଖକୁ ବିଶ୍ବ ପ୍ରତିମୂର୍ତ୍ତି ସଫେଇ ଏବଂ ସଂରକ୍ଷଣ ଦିବସ ଭାବେ ପାଳନ କରାଯାଉଛି। ଯିଏ ଯେଉଁଠି ଥାଉ ଆଜିର ଦିନରେ ନିକଟରେ ଥିବା ପ୍ରତିମୂର୍ତ୍ତି ଓ ଏହାର ପରିସରକୁ ସଫା ସୁତୁରା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଆହ୍ବାନ କରିଛି ସଂଗଠନ । ଏହି ଅଵସରରେ ସକାଳ ସାଢେ ୬ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥ‌ିବା ମହାରାଜା ପୂର୍ଣ୍ଣ ଚନ୍ଦ୍ରଙ୍କ ପ୍ରତିମୂର୍ତ୍ତିକୁ ସଫା କରି ଧୁପଦୀପ ପ୍ରଦାନ ସହ ମାଲ୍ୟାର୍ପଣ କରାଯାଇଥିଲା ।ଏହାପରେ ବାରିପଦା ସହରର ବିଭିନ୍ନ ସଂଗଠନ ପକ୍ଷରୁ ସହରରେ ବିଭିନ୍ନ ସ୍ଥାନରେ ଥ‌ିବା ବରପୂତ୍ରଙ୍କ ପ୍ରତିମୂର୍ତ୍ତି ସଫେଇ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ଏହାସହ ଆଜି ମହାରାଜା ପୂର୍ଣ୍ଣ ଚନ୍ଦ୍ରଙ୍କ ପୁଣ୍ୟତିଥି ମଧ୍ୟ ରହିଛି । ଚଳିତ ବର୍ଷ ଏହାକୁ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ କରିବାକୁ ସଂସ୍କୃତି ସଚେତନ ନାଗରିକ ଏବଂ ବିଭିନ୍ନ ସଂଗଠନକୁ ନିବେଦନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସଂସ୍କାର ଶିଶୁ ମହୋତ୍ସବ ମୟୁରୀ, ଆମେ ଭଞ୍ଜବୀର, ମଧୁବନ ଉନ୍ନୟନ କମିଟି, ରୋଟାରୀ କ୍ଲବ୍ ବାରିପଦା, ଭଞ୍ଜସେନା ସମେତ ବିଭିନ୍ନ ସଂଗଠନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

Leave A Reply

Your email address will not be published.