ଆଜି ବିଶ୍ବ ପୃଥିବୀ ଦିବସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଏପୃଥିବୀରେ କେବଳ ମଣିଷ ନୁହଁନ୍ତି, ଏହା ସହିତ ଲକ୍ଷ ଲକ୍ଷ ଅନ୍ୟାନ୍ୟ ପ୍ରାଣୀ ମଧ୍ୟ ବାସ କରନ୍ତି। ଏହି ବିଶାଳ ଦୁନିଆରେ, ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ପୃଥିବୀରେ ଜୀବନର ପ୍ରମାଣ ମିଳିଛି। ତଥାପି, ମଣିଷର ଲୋଭ ପୃଥିବୀର ପ୍ରାକୃତିକ ସନ୍ତୁଳନକୁ ନଷ୍ଟ କରିଦେଇଛି, ଯେଉଁ କାରଣରୁ ଜଳବାୟୁ ପରିବର୍ତ୍ତନ, ବିଶ୍ୱ ତାପମାତ୍ରା ଏବଂ ପ୍ରଦୂଷଣ ଭଳି ସମସ୍ୟା ଆଜିକାଲି ଏକ ଆହ୍ୱାନ ହୋଇଯାଇଛି।

ତେବେ ଆଜିକା ସମୟରେ ମନୁଷ୍ୟ ବିକାଶ ଦିଗରେ କାର୍ଯ୍ୟ କରୁଥିବା ବେଳେ ପରିବେଶକୁ ମଧ୍ୟ ସେତିକି ପ୍ରଦୂଷଣ କରୁଛି । ତାପମାତ୍ରା ବୃଦ୍ଧି, ପ୍ରଦୂଷଣ ବୃଦ୍ଧି ଚିନ୍ତାର ବିଷୟ ପାଲଟିଛି । କିନ୍ତୁ ସମସ୍ତ ଭାରତୀୟ ଏଥିପ୍ରତି ଚିନ୍ତାଶୀଳ ହେବା ଉଚିତ । କାରଣ ସଭିଙ୍କ ପାଇଁ ପୃଥିବୀ ହିଁ ଏକମାତ୍ର ବାସସ୍ଥାନ । ତେଣୁ ଧରିତ୍ରୀ ମାସର ସୁରକ୍ଷା ଅତ୍ୟନ୍ତ ଜରୁରୀ ଅଟେ । ବର୍ତ୍ତମାନ ବିଶ୍ବର 141ଟି ଦେଶରେ ଏହି ଦିବସ ପାଳନ କରାଯାଉଛି । ପ୍ରତ୍ୟେକ ବର୍ଷ ଏକ ଥିମ୍‌କୁ ଆଧାର କରି ପୃଥିବୀ ଦିବସ ପାଳନ କରାଯାଇଥାଏ । ଚଳିତ ବର୍ଷର ଥିମ ହେଉଛି ପୃଥିବୀ ବନାମ ପ୍ଲାଷ୍ଟିକ(Planet Versus Plastic) । ତେବେ ପ୍ରତ୍ୟକ ବର୍ଷ ଗୁଗଲ ମଧ୍ୟ ଏକ ଡୁଡୁଲ ପ୍ରସ୍ତୁତ କରି ପୃଥିବୀ ଦିବସ ପାଳନ କରିଥାଏ ।

ଚଳିତ ବର୍ଷ ଗୁଗଲ ଏକ ଡୁଡୁଲ କରି ଗ୍ରହର ଏରିୟଲ ଭ୍ୟୁ ଦେଖାଇଛି । ପୃଥିବୀ ଦିବସ ଉପଲକ୍ଷେ ଗୁଗଲ ପକ୍ଷରୁ ତିଆରି ହୋଇଥିବା ଡୁଡଲରେ ପୃଥିବୀର ପ୍ରାକୃତିକ ଦୃଶ୍ୟ ଦେଖାଇଛି । ଆଜିର ଦିନରେ ଜଳବାୟୁ ପରିବର୍ତ୍ତନ ନେଇ ଦୃଷ୍ଟି ଆକର୍ଷଣ କରାଯାଉଥିବା ବେଳେ ଠିକ ସମାନ ଢଙ୍ଗରେ ଡୁଡୁଲ ପ୍ରସ୍ତୁତ କରିଛି ଗୁଗଲ । ଏହା ବ୍ୟତୀତ ଏକ ସମୃଦ୍ଧ ଜୈବ ବିବିଧତାକୁ ଦର୍ଶାଇ ଏରିୟଲ ଫଟୋଗ୍ରାଫ ପ୍ରଦର୍ଶନ କରିଛି । ଯାହାକି ଭବିଷ୍ୟତ ପିଢି ପାଇଁ ପ୍ରକୃତିର ସଂରକ୍ଷଣକୁ ଗୁରୁତ୍ବ ଦେଇଛି ।

Leave A Reply

Your email address will not be published.