ମଣିପୁରର ୧୧ ବୁ୍‌ଥ୍‌ରେ ମତଦାନ ଆରମ୍ଭ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ୨୦୨୪ ଲୋକ ସଭା ନିର୍ବାଚନ ମଣିପୁରରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ହିଂସା ଯୋଗୁଁ ଏପ୍ରିଲ 19 ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଏହି ସବୁ ବୁଥରେ ମତଦାନ ପ୍ରଭାବିତ ହୋଇଥିଲା । କଡା ସୁରକ୍ଷା ମଧ୍ୟରେ ମତ ସାବ୍ୟସ୍ତ କରୁଛନ୍ତି ମତଦାତା |

ଆଭ୍ୟନ୍ତରୀଣ ମଣିପୁର ସଂସଦୀୟ ନିର୍ବାଚନମଣ୍ଡଳୀର 11ଟି ବୁଥରେ ସକାଳ 7ଟାରୁ ସାନି ମତଦାନ ଆରମ୍ଭ ହୋଇଛି । ଶାନ୍ତି ଶୃଙ୍ଖଳାର ସହ ଧାଡିରେ ଛିଡା ହୋଇ ଭୋଟ ଦେଉଛନ୍ତି ଭୋଟର । ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ । ମଣିପୁରର ଦୁଇଟି ଲୋକ ସଭା ଆସନ ପାଇଁ ଶୁକ୍ରବାର ହୋଇଥିବା ଭୋଟ ସମୟରେ କଂଗ୍ରେସ ୪୭ଟି ମତଦାନ କେନ୍ଦ୍ରରେ ପୁନଃମତଦାନ ଦାବି କରିଛି। ତେବେ ଆପତ୍ତି ଉପରେ ବିଚାର କରିବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) କେବଳ ୧୧ଟି କେନ୍ଦ୍ରରେ ପୁନଃମତଦାନ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, କେତେକ ମତଦାନ କେନ୍ଦ୍ରରେ ଗୁଳି ଚଳାଇବା, ଧମକ ଦେବା, ଇଭିଏମ ଭଙ୍ଗାରୁଜା କରିବା ଏବଂ ମତଦାନ କେନ୍ଦ୍ରକୁ ଧରିବା ଅଭିଯୋଗ ଜାତି ବିବାଦ ଦ୍ୱାରା ପ୍ରଭାବିତ ମଣିପୁରରୁ ଆସିଥିଲା। ହିଂସା ଯୋଗୁଁ 11ଟି ବୁଥରେ ଆଜି ସାମି ମତଦାନ ଜାରି ରହିଛି । ସେହି ବୁଥ ଗୁଡି ହେଉଛି, ଖୋରାଇ ବିଧାନସଭା ନିର୍ବାଚନମଣ୍ଡଳୀର ମୋଇରଙ୍ଗକାମ୍ପୁ ସଜିବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଏସ୍ ଇବୋବି ପ୍ରାଥମିକ ବିଦ୍ୟାଳୟ (ଇଷ୍ଟ ୱିଙ୍ଗ), କ୍ଷେତ୍ରିଗାଓଁର ଚାରିଟି ବୁଥ, ଥୋଙ୍ଗଜୁରେ ଗୋଟିଏ, ଉରିପୋକରେ ତିନୋଟି ଏବଂ କନଥୁଜାମର ଗୋଟିଏ ବୁଥ ।

Leave A Reply

Your email address will not be published.