ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀ ଗ୍ରାମାଞ୍ଚଳ ଥାନା ଦ୍ବାରସ୍ଥ | ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ବ୍ଲକ ଅଧିନସ୍ତ ନୁଷାଡିହି ଗ୍ରାମର ଲୋକେ ଦେଢ ମାସରୁ ଅଧିକ ହେବ ପାନୀୟ ଜଳ ସମସ୍ୟା ନେଇ ଅତିଷ୍ଠ ହେଲେଣି | ସୂଚନାଯୋଗ୍ୟ, ଉକ୍ତ ଗାଁର ଲୋକେ ଅନତି ଦୂରରେ ଥିବା ଗୋପୀନାଥପୁର ରେ ଥିବା ବସୁଧା ଯୋଜନାରେ ନିର୍ମିତ ପାଣିଟାଙ୍କିରୁ ପାନୀୟ ଜଳ ନେଉଥିଲେ |
କିନ୍ତୁ ଗୋପୀନାଥପୁରର ଲୋକେ କୌଶଳ କରି ନୁଷାଡିହି ଗାଁକୁ ପାନୀୟ ଜଳ ବନ୍ଦ କରିଦେଇଥିଲେ | ଯାହାଫଳରେ ନୁଷାଡିହି ଗାଁ ଲୋକେ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି | ଏଠିକାର ସରପଞ୍ଚ ଉକ୍ତ ଅଞ୍ଚଳର ସମସ୍ୟା ସମାଧାନ କରିବେ ବୋଲି କଥା ଦେଇଥିଲେ | କିନ୍ତୁ କିଛି ସମାଧାନ ନ ହେବାରୁ ଗାଁ ଲୋକେ ବାଧ୍ୟ ହୋଇ ୨୨-୩- ୨୪ ରେ ବିଡିଓଙ୍କୁ ଦରଖାସ୍ତ ଦେଇଥିଲେ | ଏଥିରେ ମଧ୍ୟ କୌଣସି ଫଳ ମିଳିଲା ନାହିଁ | ତାପରେ ଗାଁ ଲୋକେ ପଞ୍ଚାୟତ ଅଫିସ ସାମନାରେ ଧାରଣାରେ ବସିଥିଲେ | ଏହାପରେ ବିଡିଓ, ତହସିଲଦାର, ପିଇଓ ଆସି ସମାଧାନ କରିଥିଲେ | କିଛି ଦିନ ଯିବା ପରେ ପୁଣି ପାଣି ସମସ୍ୟା ମୁଣ୍ଡ ଟେକିଲା | ଏଣୁ ଗ୍ରାମବାସୀ ପାଣି ଛାଡୁଥିବା ବ୍ୟକ୍ତି ନାରାନ୍ ହେମ୍ବ୍ରମ୍ ଏବଂ ଗୋପୀନାଥପୁର ସରପଞ୍ଚଙ୍କ ନାଁରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ପହଞ୍ଚି ଥାନାଅଧିକାରୀଙ୍କୁ ଏତଲା କରିଥିଲେ |
ଉକ୍ତ ଅଞ୍ଚଳରେ ପାଣି ସମସ୍ୟା ଯଥାଶୀଘ୍ର ଦୂରୀଭୂତ ହେଉ ବୋଲି ଗାଁ ଲୋକେ ଜୋର ଦେଇ କହିଥିଲେ | ଏହି ପରିପ୍ରେକ୍ଷୀରେ ଚମ୍ପାବତୀ ମାଝୀ, ମାହି ସୋରେନ, ଲଛୁ ହେମ୍ବ୍ରମ୍,ବାସନ୍ତୀ ପାତ୍ର, ରୀନା ଟୁଡୁ, ଲିପିକା ହେମ୍ବ୍ରମ୍, ମାୟାବତୀ ସୋରେନ, ଦାସମାତ ମାଝୀ, ମାୟା ମାର୍ଣ୍ଡି, ଫୁଲମଣି ମାଝୀ, ଶାଙ୍ଖ ମାଝୀ, ସୁନିତା ମାର୍ଣ୍ଡି, ସାଲଗେ ମାଝୀ, ଧନୀ ସୋରେନ, ରାନି ପାତ୍ର, ମତି ଟୁଡୁ, ହୀରା ଦାସ, ଆରସୁମଣି ହେମ୍ବ୍ରମ, ପାମ ମାଝୀ, ପାର୍ବତୀ ଟୁଡୁ ତଥା ଅନ୍ୟମାନେ ଗ୍ରାମାଞ୍ଚଳ ଥାନା ଦ୍ବାରସ୍ଥ ହୋଇଥିଲେ |