ରଥାରୁଢ ଶ୍ରୀଜୀଉଙ୍କୁ ଦର୍ଶନ କରିଲେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ

0

ପୁରୀ(ଓଡ଼ିଆ ନ୍ୟୁଜ୍‌):ବଡଦାଣ୍ଡରେ ରଥାରୁଢ ଶ୍ରୀଜୀଉଙ୍କୁ ଦର୍ଶନ କରିଲେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ। ଆଜି ପ୍ରଥମେ ଶ୍ରୀମନ୍ଦିର ସେବାୟତମାନେ ଶ୍ରୀସୁଦର୍ଶନଙ୍କୁ ରଥାରୁଢ଼ କରିଥିଲେ । ଏହା ପରେ ପ୍ରଭୁ ବଳଭଦ୍ରଙ୍କୁ ପହଣ୍ଡି ବିଜେ କରି ତାଳଧ୍ୱଜ ରଥକୁ ଅଣାଯାଇଥିଲା । ସେହିପରି ଦେବୀ ସୁଭଦ୍ରା ମଧ୍ୟ ବଡ଼ଭାଇଙ୍କ ପରି ପହଣ୍ଡିରେ ଆସି ଦର୍ପଦଳନରେ ବିରାଜମାନ କରିଥିଲେ । ଶେଷରେ କାଳିଆ ଠାକୁରଙ୍କୁ ସେବାୟତମାନେ ପହଣ୍ଡିରେ ଝୁଲାଇ ଝୁଲାଇ ନନ୍ଦିଘୋଷ ଉପରକୁ ଆଣିଥିଲେ । ବଡ଼ଦାଣ୍ଡରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ଦୀର୍ଘ ଦୁଇ ବର୍ଷ ପରେ ହୋଇଛି ଭକ୍ତ ଓ ଭଗବାନଙ୍କ ମିଳନ। ଘଣ୍ଟ, ଘଣ୍ଟା, ଶଙ୍ଖ, ମୃଦଙ୍ଗ ତାଳରେ ପ୍ରକମ୍ପିତ ହେଉଛି ଗଗନପବନ।

Leave A Reply

Your email address will not be published.