ଭଣ୍ଡାରିଡିହା ପଞ୍ଚାୟତରେ ଶୁଭାରମ୍ଭ ହେଲା ଜୟ ଜଗନ୍ନାଥଙ୍କ ଅର୍ପଣ ରଥ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଭଣ୍ଡାରିଡିହା ପଞ୍ଚାୟତ ରେ ଶୁଭାରମ୍ଭ ହେଲା ଜୟ ଜଗନ୍ନାଥ ଙ୍କ ଅର୍ପଣ ରଥ | କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ଭଣ୍ଡାରିଡିହା ପଞ୍ଚାୟତ ରେ ଶୁଦ୍ଭାରମ୍ଭ ହେଲା ଜୟ ଜଗନ୍ନାଥ ଅର୍ପଣ ରଥ |

ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଆସନ୍ତା ଜାନୁଆରୀ ୧୭ ତାରିଖ ଦିନ ହେବ ଏନେଇ ଆଜି ବ୍ଳକରୁ ରଥ ବାହାରି ପଞ୍ଚାୟତ ରେ ପହଁଚିବା ପରେ ସରପଞ୍ଚ କୃଷ୍ଣଚନ୍ଦ୍ର ରାଉତ ,ନିର୍ମଳ ରାଉତ ,ଅଦେଇ ରାଉତ ,ସାମୁକନାଣ୍ଡି ସମିତି ସଭ୍ୟ ଅକ୍ଷୟ ଜେନା ଓ ସ୍ୱଂୟ ସହାୟକ ମା ମାନେ ଅନେକ ସହ ସହ ଯୁବକ ସ୍ୱଗତ ସମ୍ବର୍ଦ୍ଧନା ଜଣାଇଥିଲେ |

ଆଜି ଭଣ୍ଡାରିଡିହା ପଞ୍ଚାୟତରେ ରେ ଶୁଭାରମ୍ଭ ହୋଇ ବିଭିନ୍ନ ଗ୍ରାମ ପରିକ୍ରମା କରି ଘରେ ଘରେ ବୁଲି ନାମ ସଂକୀର୍ତ୍ତନ କରିବା ସହ ମିଶନ ଶକ୍ତି ମା ମାନେ ହୁଳହୁଳି ଶଙ୍ଖ ବଜାଇ ପ୍ରତ୍ୟେକ ଙ୍କ ଘରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରି ଆଣିଥିଲେ ।

Leave A Reply

Your email address will not be published.