ଓଡ଼ିଆ ନ୍ୟୁଜ୍: ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣଙ୍କ ବିସ୍ଫୋରକ ବୟାନ। ପାଣ୍ଡିଆନଙ୍କ କଥାରେ ବିଜେଡି କରୁଛି ଗୃହକୁ ଅଚଳ କରୁଥିବା କଥା କହିଛନ୍ତି ଜୟନାରାୟଣ। ବିରୋଧୀ ବିଜେଡି ଚାଷୀ ପ୍ରସଙ୍ଗରେ ମୁଲତବୀ ଆଣିଥିଲେ, ସରକାର ମଧ୍ୟ ଆଲୋଚନା ପାଇଁ ରାଜି ଥିଲେ। କିନ୍ତୁ କଣ ପାଇଁ କାଲିଠାରୁ ଆଜି ଯାଏ ଗୃହକୁ ମୁଲତବୀ କରାଯାଇଛି। ଲବିରେ କିଛି ବିଜେଡି ବିଧାୟକଙ୍କ ସହ ଆଲୋଚନା କରୁଥିଲି, ସେମାନେ କହିଲେ ପାଣ୍ଡିଆନ କହିଲା ବୋଲି ଆମେ ଏମିତି କଲୁ। ଏ ଗୃହକୁ କଣ ପାଣ୍ଡିଆନ ଚଳେଇବେ। ଦରି ବୁହା, ଟେଣ୍ଟ ବୁହା ଏଠିକି ଆସି ବଡ଼ କଥା କହୁଛନ୍ତି।
କିଏ ଗୋଟେ ବାହାର ଲୋକ କହିବେ, ଆଉ ଗୃହକୁ ବନ୍ଦ କରିଦିଆଯିବ। ଏଥିପାଇଁ ବିଜେଡି ସଦସ୍ୟ କ୍ଷମା ମାଗିବା ଦରକାର। ଏବେ ବି ବିଜେଡିରେ ପାଣ୍ଡିଆନଙ୍କ ନମ୍ବର ୱାନ୍ ଚମଚା ହେବା ପାଇଁ ପ୍ରତିଯୋଗିତା ଚାଲିଛି। ସେ କହିଛନ୍ତି, ବିରୋଧୀ ବିଜେଡି ଚାଷୀ ପ୍ରସଙ୍ଗରେ ମୁଲତବୀ ଆଣିଥିଲେ, ସରକାର ମଧ୍ୟ ଆଲୋଚନା ପାଇଁ ରାଜି ଥିଲେ। କିନ୍ତୁ କଣ ପାଇଁ କାଲିଠାରୁ ଆଜି ଯାଏ ଗୃହକୁ ମୁଲତବୀ କରାଯାଇଛି। ଲବିରେ କିଛି ବିଜେଡି ବିଧାୟକଙ୍କ ସହ ଆଲୋଚନା କରୁଥିଲି, ସେମାନେ କହିଲେ ପାଣ୍ଡିଆନ କହିଲା ବୋଲି ଆମେ ଏମିତି କଲୁ। ଏ ଗୃହକୁ କଣ ପାଣ୍ଡିଆନ ଚଳେଇବେ। ଦରି ବୁହା, ଟେଣ୍ଟ ବୁହା ଏଠିକି ଆସି ବଡ଼ କଥା କହୁଛନ୍ତି । କିଏ ଗୋଟେ ବାହାର ଲୋକ କହିବେ, ଆଉ ଗୃହକୁ ବନ୍ଦ କରିଦିଆଯିବ। ଏଥିପାଇଁ ବିଜେଡି ସଦସ୍ୟ କ୍ଷମା ମାଗିବା ଦରକାର।