ପିଇଓଙ୍କୁ ଧମକାଇ ଲୁଟିନେଲେ ୮ ଲକ୍ଷ

0

ଓଡ଼ିଆ ନ୍ୟୁଜ୍: ପିଇଓଙ୍କୁ ଧମକାଇ ଲୁଟିନେଲେ ୮ ଲକ୍ଷ। ୬ଜଣ ମୁଖାପିନ୍ଧା ଦୁର୍ବୁତ୍ତ ପିଇଓଙ୍କୁ ଧମକାଇ ୮ଲକ୍ଷ ୬୦ହଜାର ଟଙ୍କା ଲୁଟି ନେଇଥିବା ବିସିଂହପୁର ଥାନାରେ ଅଭିଯୋଗ ହୋଇଛି। ବୋରିଗୁମ୍ମା ବିସିଂହପୁର ଥାନା ବଡ଼ିଗାଁ ପିଇଓଙ୍କଠାରୁ ୮ଲକ୍ଷ ୬୦ହଜାର ଟଙ୍କା ଲୁଟ ହୋଇଥିବା ଜଣାପଡ଼ିଛି।

ଭତ୍ତା ଟଙ୍କା ବଣ୍ଟନ ପାଇଁ ଯାଉଥିଲାବେଳେ ବଡ଼ିଗାଁ ପିଇଓ ଲୁଟର ଶିକାର ହୋଇଥିଲେ। ୬ଜଣ ମୁଖାପିନ୍ଧା ଦୁର୍ବୁତ୍ତ ଛୁରି ଦେଖାଇ ମାଡ଼ ମାରି ତାଙ୍କଠାରୁ ୮ଲକ୍ଷ ୬୦ହଜାର ଟଙ୍କା ଲୁଟ କରିଥିଲେ।

Leave A Reply

Your email address will not be published.