ଓଡ଼ିଆ ନ୍ୟୁଜ୍: ରାସନ କାର୍ଡ ଇ-କେୱାଇସି ସମୟ ସୀମା ମାର୍ଚ୍ଚ ୩୧ ଯାଏ ବଢ଼ିଲା। ଏନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। ପଞ୍ଚମ ଥର ପାଇଁ ସମ୍ପ୍ରସାରଣ କରିଛନ୍ତି ରାଜ୍ୟ ସରକାର। ଆଜି ଇ-କେୱାଇସି ଅପଡେଟର ଅବଧି ସରିବାର ଥିଲା। କିନ୍ତୁ ଏହି ଅବଧିକୁ ପୁଣି ମାର୍ଚ୍ଚ ୩୧ ତାରିଖ ଯାଏଁ ବଢାଇ ଦେଇଛନ୍ତି ସରକାର। ବର୍ତ୍ତମାନ ସୁଦ୍ଧା ୩୭ ଲକ୍ଷ ଲୋକ ଇକେୱାଇସି କରିନାହାନ୍ତି। ଯେଉଁମାନେ ବି ଇ-କେୱାଇସି କରିନାହାନ୍ତି ସେମାନଙ୍କୁ ପୁଣି ଏକ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର। ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନେ ମାର୍ଚ୍ଚ ୩୧ ସୁଦ୍ଧା କରାଇ ନିଅନ୍ତୁ। ମନ୍ତ୍ରୀ କହିଛନ୍ତି, କିଛି ସ୍ଥାନରେ ନେଟୱର୍କ ସମସ୍ୟା ପାଇଁ ଲୋକେ ଇ-କେୱାଇସି କରିପାରିନାହାନ୍ତି।
୧୧୧ ସ୍ଥାନରେ ସ୍ଲୋ ନେଟୱର୍କ ଏବଂ ୨୩୦ ସ୍ଥାନରେ ନେଟୱର୍କ ନଥିବା କାରଣରୁ ଲୋକେ ଇ-କେୱାଇସି ଅପଡେଟ୍ କରିପାରିନାହାନ୍ତି। ମୋଟ ୩୪୧ ସେଣ୍ଟରରେ ନେଟୱର୍କ ନଥିବା କାରଣରୁ ଇକେୱାଇସି କରିବାରୁ ବଞ୍ଚିତ ହୋଇଛନ୍ତି। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ସରକାର ଅବଧି ବଢାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ପୂର୍ବ ସୂଚନା ଆଧାରରେ, ବର୍ତ୍ତମାନ ସୁଦ୍ଧା ୩୭ ଲକ୍ଷ ଲୋକ ଇକେୱାଇସି କରିନାହାନ୍ତି। ଯେଉଁମାନେ ବି ଇ-କେୱାଇସି କରିନାହାନ୍ତି ସେମାନଙ୍କୁ ପୁଣି ଏକ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର। ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନେ ମାର୍ଚ୍ଚ ୩୧ ସୁଦ୍ଧା କରାଇ ନିଅନ୍ତୁ।