ଓଡ଼ିଆ ନ୍ୟୁଜ: ବ୍ୟକ୍ତିଗତ ସଚିବଙ୍କୁ ହଟାଇବା ଲାଗି ଚିଠି ଲେଖିଲେ ଜୁଏଲ୍। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ତାଙ୍କ ବ୍ୟକ୍ତିଗତ ସଚିବ ତଥା ଓଡ଼ିଶା କ୍ୟାଡରର ଆଇଏଏସ୍ ଅଧିକାରୀ ପରାଗ ହର୍ଷଦ ଗଭାଲିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପରାଗ ହର୍ଷଦ ଗଭାଲି କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ।
ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଏକ ଚିଠିରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପରାଗ ଜାନୁଆରୀ ୨୩, ୨୦୨୫ ଠାରୁ ବିନା ଅନୁମତିରେ ଛୁଟିରେ ରହିଛନ୍ତି। ମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ଯ ଆସୁନାହାନ୍ତି। ଯେଉଁଥିପାଇଁ କାର୍ଯ୍ୟରେ ବାଧା ଉପୁଜୁଛି। ଫଳରେ ତାଙ୍କୁ ହଟାଇବାକୁ ସେ ଦାବି କରିଛନ୍ତି। ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପର୍ସନାଲ ଫାଇଲରେ ରେକଡ୍ ଅପଡେଟ ପାଇଁ ମଧ୍ଯ ଅନୁରୋଧ କରିଛନ୍ତି।