ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଏପରି କହିଲେ ଜୋ ବାଇଡେନ୍‌

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏକଛତ୍ରବାଦୀ କହିଛନ୍ତି। ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍‌ ଆମେରିକା ଓ ଚୀନ୍‌ ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ପର୍କରେ ସ୍ଥିରତା‌ ଆଣିବାପାଇଁ ବେଜିଂ ଗସ୍ତ କରିବାର ଦିନକ ପରେ ଆଜି ବାଇଡେନ୍‌ ଏଭଳି ଟିପ୍ପଣୀ ଦେଇଛନ୍ତି।

ବାଇଡେନ୍‌ କହିଛନ୍ତି, ଚୀନ୍‌ର ଏକ ଗୁଇନ୍ଦା ‌ବେଲୁନ ଚଳିତ ବର୍ଷ ଆମେରିକା ବାୟୁସୀମାରେ ଉଡ଼ୁଥିଲା। କିନ୍ତୁ ଏହା ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଆମେରିକା ଏହାକୁ ଖସାଇ‌ ଦେଇଥିଲା। ଏଥିପାଇଁ ଜିନପିଙ୍ଗ ଖୁବ୍‌ ଲଜ୍ଜିତ। ବାଇଡେନ୍‌ କହିଛନ୍ତି, ଆମେରିକା ଚୀନ୍‌ର ଗୁଇନ୍ଦା ବେଲୁନକୁ ଖସାଇ ଦେବା ଏହି ଏକଛତ୍ରବାଦୀଙ୍କ ପାଇଁ ବଡ଼ ଲଜ୍ଜା ଥିଲା। କାରଣ ଏହି ବେଲୁନ ତା’ର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ନଥିଲା ଏବଂ ଏହାକୁ ଏଭଳି ଖସାଇ ଦିଆ‌ଯିବ ବୋଲି ସେମାନେ ଆଶା କରିନଥିଲେ। ବାଇଡେନ କହିଛନ୍ତି, ଚୀନ୍‌ର ମଧ୍ୟ ନିଜସ୍ବ ଅର୍ଥନୈତିକ ଜଟିଳତା ରହିଛି।

ତେବେ ଚୀନ୍‌ ବାଇଡେନ୍‌ଙ୍କର ଏଭଳି ଟିପ୍ପଣୀ ବିରୋଧରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ବାଇଡେନ ଅତି ଦାୟିତ୍ବହୀନ ଏବଂ ନିରର୍ଥକ ଟିପ୍ପଣୀ ଦେଇଛନ୍ତି ବୋଲି ଚୀନ୍‌ କହିଛି। ଚୀନ୍‌ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି, ବାଇଡେନଙ୍କ ଟିପ୍ପଣୀ ଅତି ଗୁରୁତର ଭାବେ ତଥ୍ୟ ଓ କୂଟ‌ନୈତିକ ପ୍ରୋଟକଲ୍‌ ଉଲ୍ଲଂଘନ କରିଛି ଏବଂ ଚୀନ୍‌ର ରାଜନୈତିକ ସମ୍ମାନ ହାନି କରିଛି।

ଏଭଳି ଟିପ୍ପଣୀ ଅଗ୍ରହଣୀୟ ଏବଂ ଖୋଲାଖୋଲି ଭାବେ ଏହା ରାଜନୈତିକ ଉତ୍ତେଜନା ସୃଷ୍ଟି କରୁଛି।

Leave A Reply

Your email address will not be published.