ମୋଦିଙ୍କୁ ହ୍ୱାଇଟ ହାଉସରେ ଏହି ଉପହାର ଦେଲେ ବାଇଡେନ ଦମ୍ପତ୍ତି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ‘ଫାଷ୍ଟ୍‌ ଲେଡି’ ଜିଲ୍‌ ବାଇଡେନ୍‌ ଭାରତର  ହ୍ବାଇଟ୍‌ ହାଉସ୍‌କୁ ପାଛୋଟି ନେଇଛନ୍ତି। ହ୍ବାଇଟ୍‌ ହାଉସ୍‌ ଭିତରକୁ ପ୍ରବେଶ କରିବା ପୂର୍ବରୁ ସେମାନେ ପରସ୍ପରର କୁଶଳ ଜୀଜ୍ଞାସା କରି (ଭଲମନ୍ଦ ପଚାରିବା) ଫଟୋ ଉଠାଇବା ପାଇଁ ‘ପୋଜ୍‌’ ଦେଇଥିଲେ। ଔପଚାରିକ ଉପହାର ଭାବେ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ‘ଫାଷ୍ଟ୍‌ ଲେଡି’ ଜିଲ୍‌ ବାଇଡେନ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଂଶ ଶତାବ୍ଦୀ ପ୍ରାରମ୍ଭ ସମୟ ଖଣ୍ଡେ ହାତ ତିଆରି ପୁରାତନ ଆମେରିକୀୟ ‘ବୁକ୍‌ ଗାଲି’ ଏକ ପୁରାତନ କ୍ୟାମେରା ଏବଂ ଆମେରିକୀୟ ବନ୍ୟପ୍ରାଣୀଙ୍କ ଫଟୋଚିତ୍ର ଥିବା ବୋର୍ଡ ବନ୍ଧେଇ ପୁସ୍ତକ ପ୍ରଦାନ କରିଛନ୍ତି।

ସେହିପରି, ଜିଲ୍‌ ବାଇଡେନ୍‌ ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କୁ ‘କଲେକ୍‌ଟେଡ୍‌ ପୋଏମ୍‌ସ୍‌ ଅଫ୍‌ ରବର୍ଟ ଫ୍ରଷ୍ଟ୍‌’ ପୁସ୍ତକର ପ୍ରଥମ ସଂସ୍କରଣର ଖଣ୍ଡେ କପି ସ୍ବାକ୍ଷର କରି ଭେଟି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ରାଜସ୍ଥାନର ଜୟପୁର ସୁଦକ୍ଷ କାରିଗରଙ୍କଦ୍ବାରା ଖୋଦେଇ କରାଯାଇଥିବା ଚନ୍ଦନକାଠ ବାକ୍ସଟିଏ ଉପହାର ଦେଇଛନ୍ତି।

ସେ ବାକ୍ସରେ ଅଛି ଗଣେଶଙ୍କର ରୁପା ପ୍ରତିମା ଓ ଗୋଟାଏ ଦୀପ।ଏହାଛଡ଼ା, ପ୍ରଧାନମନ୍ତ୍ରୀ ମ‌ୋଦୀ ତାଙ୍କୁ  ଲଣ୍ଡନ୍‌ର ‘ଫାବର୍‌ ଆଣ୍ଡ୍‌ ଫାବର୍‌’ଦ୍ବାରା ପ୍ରକାଶିତ ଓ ‘ଗ୍ଲାସ୍‌ଗୋ ୟୁନିଭର୍ସିଟି ପ୍ରେସ୍‌’ରେ ମୁଦ୍ରିତ ‘ଦି ଟେନ୍‌ ପ୍ରିନ୍‌ସିପାଲ୍‌ ଉପନିଷଦ୍‌’ର ପ୍ରଥମ ସଂସ୍କରଣର ଖଣ୍ଡେ ବହି ମଧ୍ୟ ଉପହାର ଦେଇଛନ୍ତି। ସେହିପରି, ‘ଫାଷ୍ଟ୍‌ ଲେଡି’ ଜିଲ୍‌ ବାଇଡେନ୍‌ଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଲ୍ୟାବ୍‌ରେ ପ୍ରସ୍ତୁତ ୭.୫ କ୍ୟାରେଟ୍‌ର ସବୁଜ ହୀରା ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ହ୍ବାଇଟ୍‌ ହାଉସ୍‌କୁ ଯାଇଛନ୍ତି ଜାତୀୟ ନିରାପତ୍ତା ପରାମର୍ଶ ଦାତା ଅଜିତ ଡୋଭାଲ୍‌, ବୈଦେଶିକ ସଚିବ ବିନୟ କ୍ବତ୍ରା ଏବଂ ‘ପ୍ରୋଟକଲ୍‌’ର ଡେପୁଟି ଚିଫ୍‌ ଅସୀମ ବୋରା। ହ୍ବାଇଟ୍‌ ହାଉସ୍‌ରେ ରାଷ୍ଟ୍ରପତି ବାଇଡେନ୍‌, ‘ଫାଷ୍ଟ୍‌ ଲେଡି’ ଓ ପ୍ରଧାନମନ୍ତ୍ରୀ ‘ଡିନର୍‌’ ଖାଇବା ସହିତ ଭାରତୀୟ ଅଞ୍ଚଳ ପ୍ରତି ଉତ୍ସର୍ଗ କରାଯାଇଥିବା ସଙ୍ଗୀତ କାର୍ଯ୍ୟକ୍ରମ ଉପଭୋଗ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.