ଆମେରିକାରେ ଡିନରରେ କ’ଣ ଖାଇବେ ମୋଦି, ଜାଣନ୍ତୁ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆମେରିକାକୁ ରାଜକୀୟ ଗସ୍ତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆଜି ତୃତୀୟ ଦିନ । ଆଜି ହ୍ୱାଇଟ୍ ହାଉସ୍ରେ ତାଙ୍କ ସମ୍ମାନରେ ଷ୍ଟେଟ୍ ଡିନରର ଆୟୋଜନ କରାଯିବ । ତେବେ ଏହି ଷ୍ଟେଟ୍ ଡିନର ମେନ୍ୟୁ ଏବେ ସାମ୍ନାକୁ ଆସିଛି । ଦୀର୍ଘ ସମୟ ଧରି ପ୍ରଧାନମନ୍ତ୍ରୀ ମୋଦୀ ବାଜରା ଚାଷ ଓ ଏହାକୁ ଖାଦ୍ୟରେ ସାମିଲ ଉପରେ ଜୋର ଦେଇ ଆସୁଛନ୍ତି ।

ଏହାକୁ ଧ୍ୟାନରେ ରଖି ଆମେରିକାର ଫାଷ୍ଟ ଲେଡି ଜିଲ୍ ବାଇଡେନ୍ ମୋଦୀଙ୍କ ଲାଗି ଷ୍ଟେଟ୍ ଡିନରରେ ବାଜରାକୁ ସାମିଲ କରିଛନ୍ତି । ଏହି ଡିନର ସଂପୂର୍ଣ୍ଣ ଭାବରେ ଶାକାହାରୀ ହେବ । ଫାଷ୍ଟ ଲେଡି ଜିଲ ବାଇଡେନ୍ ଗେଷ୍ଟ ସେଫ୍ ନୀନା କାର୍ଟିସ୍, ହ୍ୱାଇଟ୍ ହାଉସର ଏକ୍ଜିକ୍ୟୁଟିଭ୍ ସେଫ୍ କ୍ରିସ୍ କୋମରଫୋର୍ଡ ଓ ହ୍ୱାଇଟ ହାଉସର ଏକ୍ଜିକ୍ୟୁଟିଭ୍ ପାଷ୍ଟ୍ରୀ ସେଫ୍ ସୁଜୀ ମରିଶନଙ୍କ ସହ ମିଶି ଏହି ଷ୍ଟେଟ୍ ଡିନର ମେନ୍ୟୁ ତିଆରି କରିଛନ୍ତି ।

ମୋଦୀଙ୍କୁ ଦିଆଯିବାକୁ ଥିବା ଫାଷ୍ଟ କୋର୍ସ ମିଲ୍ ରେ ମାରିନେଟେଡ୍ ମିଲେଟ୍, ଗ୍ରୀଲଡ୍ କର୍ଣ୍ଣ କର୍ନେଲ ସାଲାଡ, କମ୍ପ୍ରେସଡ୍ ୱାଟର ମେଲନ ଆଦି ସାମିଲ ରହିଛି । ଅନ୍ୟପକ୍ଷରେ ମୁଖ୍ୟ କୋର୍ସରେ ଷ୍ଟଫଡ୍ ମଶରୁମ୍, କ୍ରିମି ସାଫରନ୍ ଇନଫ୍ୟୁଜ୍ ରିସୋଟୋ ଇତ୍ୟାଦି ସାମିଲ କରାଯାଇଛି । ଏହା ବ୍ୟତୀତ ସୁମେକ ରୋଷ୍ଟେଡ୍ ସି ବାସ୍, ଲେମ୍ବୁ ଦହି ସସ୍, ବାଜରା କେକ୍, ସମର ସ୍କ୍ୱାସ୍ ମଧ୍ୟ ସାମିଲ କରାଯାଇଛି । ମୋଦୀଙ୍କ ଏହି ଷ୍ଟେଟ୍ ଡିନର ବିଷୟରେ ସୂଚନା ଦେଇ ଫାଷ୍ଟ ଲେଡି ଜିଲ ବାଇଡେନ୍ କହିଛନ୍ତି ହ୍ୱାଇଟ୍ ହାଉସର ସାଉଥ୍ ଲନ୍ ଆଜି ରାତିରେ ବିଶେଷ ଅତିଥିଙ୍କୁ ନେଇ ଭରପୁର ରହିବ ।

ତ୍ରିରଙ୍ଗା ଥିମ୍ରେ ସାଉଥ୍ ଲନ୍ ପାଭେଲିଆନକୁ ସଜାଯାଇଥିବା ସେ ସୂଚନା ଦେଇଛନ୍ତି । ଡିନର ପରେ ଗ୍ରାମି ଆୱାର୍ଡ ବିଜେତା ଯୋଶୁଆ ବେଲ୍ ପ୍ରଦର୍ଶନ କରିବେ ।ଏହାପରେ ୟୁନଭରସିଟି ଅଫ୍ ପେନସିଲଭାନିଆର ଆକାପେଲା ଗ୍ରୁପ୍ ର ପାନ ମସଲା ପ୍ରଦର୍ଶନର ଆୟୋଜନ ରହିଛି । ମେନ୍ୟୁ ପ୍ରସ୍ତୁତ କରିଥିବା ସେଫ୍ ନୀନା କୁର୍ଟିସ୍ କହିଛନ୍ତି ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାଗି ବିଶେଷ ଭାବରେ ଶାକାହାରୀ ଭୋଜନ ମେନ୍ୟୁ ପ୍ରସ୍ତୁତ କରିଛୁ । ହ୍ୱାଇଟ୍ ହାଉସର ସୋସିଆଲ୍ ସେକ୍ରେଟାରୀ କାର୍ଲୋସ୍ ଏଲିଜୋଣ୍ଡୋ କହିଛନ୍ତି ଷ୍ଟେଟ୍ ଡିନରର ଥିମ୍ ଭାରତର ରାଷ୍ଟ୍ରୀୟ ପକ୍ଷୀ ମୟୂର ଉପରେ ଆଧାରିତ ।

ସୂଚନା ଥାଉଯେ, ମୋଦୀଙ୍କ ଏହି ଷ୍ଟେଟ୍ ଭିଜିଟ୍ ଲାଗି ଆମନ୍ତ୍ରଣ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଠାରୁ ଆସିଥିଲା । ମୋଦୀ ହେଉଛନ୍ତି ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଯାହାଙ୍କୁ ଆମେରିକାକୁ ଷ୍ଟେଟ୍ ଭିଜିଟ୍ ଅର୍ଥାତ୍ ରାଜକୀୟ ଯାତ୍ରାରେ ଆମନ୍ତ୍ରିତ କରାଯାଇଛି ।

Leave A Reply

Your email address will not be published.