ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେଡି ଛାଡ଼ିଲେ, ପଦ୍ମ ଶିବିରରେ ସାମିଲ ହେଲେ କୈଳାଶ ଚନ୍ଦ୍ର କୁଲେସିକା । ଗତକାଲି ରାତିରେ ସେ ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଅନ୍ୟ ବିଜେପିର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ କୈଳାଶ ବିଜେପିରେ ସାମିଲ୍ ହୋଇଛନ୍ତି।
କୈଳାଶ ଚନ୍ଦ୍ର କୁଲେସିକାଙ୍କ ସହ ବ୍ଲକ ବିଜେଡ଼ି ସଭାପତି ପ୍ରମୋଦ ଖରା ଏବଂ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଶତାଧିକ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି। ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା କହିଛନ୍ତି ଯେ ବିଜେଡି ତାଙ୍କ ସହ ବିଶ୍ବାସଘାତକତା କରିଛି। ତାଙ୍କୁ ଟିକେଟ ଦେବ କହି ଦଳକୁ ଆଣିଥିଲା, ହେଲେ ଟିକେଟ୍ ଦେଲାନି। ଏଣେ ତାଙ୍କୁ କୋଟିଏ ଟଙ୍କାର ପ୍ରଲୋଭନ ଦେଇଥିଲା। ଏଣୁ ସେ ସମର୍ଥକମାନଙ୍କ ସହ ବିଜେପିରେ ଯୋଗ ଦେଇଥିବା କହିଛନ୍ତି। ସୂଚନା ଅନୁସାରେ କୈଳାଶ କୁଲେସିକା ବିଜେଡିରେ ଥିଲେ । ଲକ୍ଷ୍ମୀପୁର ବିଧାନସଭା ଆସନ ପାଇଁ ବିଜେଡି ଟିକେଟ୍ ଆଶୟୀ ଥିଲେ । କିନ୍ତୁ ଗତକାଲି ବିଜେଡି ତାଙ୍କୁ ଟିକେଟ୍ ଦେଇନଥିଲା। ତାଙ୍କ ବଦଳରେ ପ୍ରଭୁ ଜାନିଙ୍କୁ ଭରସା କରିଥିଲା ବିଜେଡି।
ତେବେ ଟିକେଟ୍ ନ ମିଳିବାରୁ ସେ ଗତକାଲି ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ଗତକାଲି ସକାଳେ ସୋସିଆଲ ମିଡିଆରେ ପୋଷ୍ଟ କରି କହିଥିଲେ କି ସେ ଆସନ୍ତା ଏପ୍ରିଲ ୨୪ ତାରିଖ ବୁଧବାର ଦିନ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ତରଫରୁ ବିଧାୟକ ରୂପେ ପ୍ରାର୍ଥୀ ପତ୍ର ଦାଖଲ କରିବେ । କିନ୍ତୁ ଗତକାଲି ସନ୍ଧ୍ୟାରେ ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ତାଙ୍କ ନାଁ ନଥିଲା । ତାଙ୍କୁ ଟିକେଟ୍ ନ ମିଳିବାରୁ ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି ।