ନବୀନଙ୍କୁ ହସାଇଲେ କପିଲ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କମେଡି କିଙ୍ଗ କପିଲ ଶର୍ମା ଓ ନନ୍ଦିତା ଦାସ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କମେଡି କିଙ୍ଗ କପିଲ ଶର୍ମା ଓ ନନ୍ଦିତା ଦାସ । ନିଜର ସିନେମା ଶୁଟିଂ ପାଇଁ ଭୁବନେଶ୍ୱରରେ ଥିବା କପିଲ ନନ୍ଦିତା ଦାସଙ୍କ ସହିତ ମିଶି ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିଥିଲେ । ଏହି ଭେଟ ସମୟରେ ଉଭୟ କପିଲ ଏବଂ ମୁଖ୍ୟମନ୍ତ୍ରୀ ବେଶ ହସୁଥିବାର ଦେଖିବାକୁ ମିଳିଥିଲା ।  ମୁଖ୍ୟମନ୍ତ୍ରୀଙ୍କ ଏହି ସାକ୍ଷାତକାର ସମୟରେ ମୁଖ୍ୟମନ୍ତ୍ରୀ ଉଭୟ ନନ୍ଦିତା ଓ କପିଲଙ୍କୁ ମୁଖ୍ୟମନ୍ତ୍ରୀ ହକି ଇଣ୍ଡିଆର ଏକ ଜର୍ସି ପ୍ରଦାନ କରିଥିଲେ । ସର୍ବଦା ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କ ଇଣ୍ଟରଭ୍ୟୁ ନେଉଥିବା କପିଲ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାର ମଧ୍ୟ ନେଇଥିଲେ । କପିଲ ନିଜର ଅପକମିଙ୍ଗ ଫିଲ୍ମ ପାଇଁ ବର୍ତ୍ତମାନ ଭୁବନେଶ୍ୱରରେ ରହିଛନ୍ତି ।

ଗତ କିଛି ଦିନ ହେବ ଏକ ଫିଲ୍ମର ସୁଟିଂ ପାଇଁ ରାଜଧାନୀ ଭୁବନେଶ୍ୱରରେ ଅଛନ୍ତି କମେଡିଆନ କପିଲ ଶର୍ମା । ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କପିଲ ମୁଖ୍ୟ ନାୟକ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମରେ ଜଣେ ଡେଲିଭରୀ ବୟର ଭୂମିକାରେ ନଜର ଆସିବେ କପିଲ । ପାଖାପାଖି ୧୦ ଦିନରୁ ଅଧିକ ହେବ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଏହି ଫିଲ୍ମର ସୁଟିଂ ଚାଲୁଥିଲା । ଆଉ ସୁଟିଂ ସମୟରେ କପିଲଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ବି ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ।

ନାମ ନିର୍ଦ୍ଧାରିତ ହୋଇନଥିବା ଉକ୍ତ ଫିଲ୍ମରେ କପିଲ ଶର୍ମାଙ୍କ ବ୍ୟତିତ ଶାହାନା ଗୋସ୍ୱାମୀ ମୁଖ୍ୟ ଭୂମିକାରେ ରହିବେ । ଶାହାନା କପିଲଙ୍କ ସ୍ତ୍ରୀ ଭୂମିକାରେ ନଜର ଆସିବେ ବୋଲି ନନ୍ଦିତା ସ୍ପଷ୍ଟ କରିଛନ୍ତି । ଫିରାକ ପରେ ଦ୍ୱିତୀୟ ଥର ପାଇଁ ନନ୍ଦିତାଙ୍କ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ଶାହାନା ଗୋସ୍ୱାମୀ ।

Leave A Reply

Your email address will not be published.