ଆସନ୍ତା ୧ ତାରିଖ ଯାଏ ସେ ଇଡି ରିମାଣ୍ତରେ ରହିବେ କେଜ୍ରିଓ୍ବାଲ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ କେଜ୍ରିଓ୍ବାଲଙ୍କୁ 2ୟ ପର୍ଯ୍ୟାୟ ରିମାଣ୍ଡରେ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏହି ପଦରୁ ହଟାଇବା ପାଇଁ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି। କେଜ୍ରିୱାଲଙ୍କ ପାଇଁ ଏହା ଏକ ବଡ ଆଇନଗତ ରିଲିଫ ଭାବରେ ବିବେଚନା କରାଯାଉଛି |  21 ତାରିଖରେ ଗିରଫ ହେବା ପରେ 22ରେ ତାଙ୍କୁ ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରଯାଇଥିଲା ।

ପ୍ରଥମ ପର୍ଯ୍ୟାୟରେ 6ଦିନ ଅର୍ଥାତ 28 ତାରିଖ (ଆଜି) ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡରେ ପଠାଇଥିଲେ କୋର୍ଟ । ଆଜି ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଶେଷ ହେବା ପରେ ପୁଣି ତାଙ୍କୁ ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରାଇଥିଲା କେନ୍ଦ୍ରୀୟ ସଂସ୍ଥା । ଅଧିକ ଜେରାର ଆବଶ୍ୟକତା ଦର୍ଶାଇ ପୁଣି 7ଦିନ ରିମାଣ୍ଡ ଆବେଦନ କରିଥିଲା ଇଡି । ଆଜି 2ୟ ପର୍ଯ୍ୟାୟରେ ତାଙ୍କୁ କୋର୍ଟ ଆଉ 4ଦିନ ଇଡି ରିମାଣ୍ଡରେ ପଠାଇଛନ୍ତି । ଏବେ ଏପ୍ରିଲ ପହିଲା ପର୍ଯ୍ୟନ୍ତ କେଜ୍ରିଓ୍ବାଲ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଜେରା ହେବେ ।  ଅରବିନ୍ଦ କେଜ୍ରିୱାଲଙ୍କୁ ସିଏମ ପଦରୁ ହଟାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ) ଦାଖଲ କରାଯାଇଥିଲା।

ଗୁରୁବାର ଏହି ଆବେଦନକୁ ଖାରଜ କରି ହାଇକୋର୍ଟ କହିଛନ୍ତି ଯେ ଏହି ମାମଲାରେ ନ୍ୟାୟିକ ହସ୍ତକ୍ଷେପ ପାଇଁ କୌଣସି ଆବଶ୍ୟକତା ନାହିଁ। ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରିମାଣ୍ଡ  ଗୁରୁବାର ଶେଷ ହେଉଛି। ମଦ ଦୁର୍ନୀତି ମାମଲା ତଥା ମନି ଲଣ୍ଡରିଂ ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ଟିମ୍ ମାର୍ଚ୍ଚ ୨୧ ତାରିଖ ରାତିରେ ସିଏମ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ଏହା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା।

Leave A Reply

Your email address will not be published.